Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ରାମ ମନ୍ଦିର ଟ୍ରଷ୍ଟ ଦୁର୍ନୀତି ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀଙ୍କୁ ଜବାବ ମାଗିଲା କଂଗ୍ରେସ, ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ତଦନ୍ତ ଦାବି

14/06/2021 at 4:52 PM

ନୂଆଦିଲ୍ଲୀ ୧୪/୬: ଅଯୋଧ୍ୟାର ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଉପରେ ଜମି କିଣା ଦୁର୍ନୀତି ଅଭିଯୋଗ ଆସିବା ପରେ ଏବେ ପ୍ରଧାନମନ୍ତ୍ରୀଙ୍କୁ ଜାବବ ମାଗିଛି କଂଗ୍ରେସ। ଦୁର୍ନୀତି ନେଇ ଆସିଥିବା ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜବାବ ଦେବା ଦରକାର  ବୋଲି କଂଗ୍ରେସ ଦାବି କରିଛି । ଏହା ସହ ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ତତ୍ବାବଧାନରେ ତଦନ୍ତ ହେବା ଜରୁରି ବୋଲି ଦଳ ପକ୍ଷରୁ କୁହାଯାଇଛି। ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ରୂପରେ ମିଳିଥିବା ଟଙ୍କା କେଉଁଠି ଖର୍ଚ୍ଚ ହେଉଛି ଏବଂ ଏହି ଟଙ୍କାରେ କିଣାଯାଉଥିବା ଜମିକୁ ନେଇ ସୁପ୍ରମକୋର୍ଟଙ୍କ ଦ୍ବାରା ଅଡିଟ ହେଉ ବୋଲି ମଧ୍ୟ କହିଛନ୍ତି  କଂଗ୍ରେସର ମୁଖପାତ୍ର ରଣଦୀପ ସୁରେଜଓ୍ବାଲା ।

ସେ ଆହୁରି ମଧ୍ୟ କହିଛନ୍ତି, ‘ଭାଗବାନ ଶ୍ରୀ  ରାମ ଆସ୍ଥାର ପ୍ରତୀକ। କିନ୍ତୁ ଭଗବାନ ରାମଙ୍କ ଅଲୌକିକ ଅଯୋଧ୍ୟାରେ ଶ୍ର ରାମ ମନ୍ଦିର ନିର୍ମାଣ ପାଇଁ କୋଟି କୋଟି ଲୋକ ଦେଇଥିବା ଦାନର ଦୂରୁପଯୋଗ ଓ ଦୁର୍ନୀତି ମହାପାପ ଏବଂ ଘୋର ଅଧର୍ମ। ଯେଉଁଥିରେ ବିଜେପି ନେତା ସାମିଲ ଅଛନ୍ତ।’  ସୁରଜେଓ୍ବାଲା ଦାବି କରିଛନ୍ତି, ‘ ଜମିର ରେଜିଷ୍ଟ୍ରିର ଦୁଇଟି କାଗଜରେ ଶ୍ର ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଟ୍ରଷ୍ଟି ଅନିଲ ମିଶ୍ର ସାକ୍ଷି ଭାବେ ସାମିଲ ଅଛନ୍ତି। ଦ୍ବିତୀୟ ସାକ୍ଷି ଭାବେ ବିଜେପିର ପ୍ରମୁଖ ନେତା ଏବଂ ଅଯୋଧ୍ୟାର ମେୟର ଋଷିକେଶ ଉପାଧ୍ୟାୟ ଅଛନ୍ତି। ଏହାର ଅର୍ଥ ୨ କୋଟି ଟଙ୍କା ମୂଲ୍ୟର ଜମିକୁ ୫ ମିନିଟ୍‌ରେ ୧୮.୫ କୋଟିରେ କିଣାଯିବା ସମ୍ପର୍କରେ ରାମମନ୍ଦିର ନିର୍ମାଣ ଟ୍ରଷ୍ଟର ସଦସ୍ୟଙ୍କୁ ଜଣାଥିଲା।’  

ଏହା ସହ ଶ୍ରୀ ରାମ ମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ୫ ଫେବୃଆରୀ ୨୦୨୦ରେ ଟ୍ରଷ୍ଟ ଗଠନ ହୋଇଥିଲା। ଉପରୋକ୍ତ ତଥ୍ୟରୁ ଜଣାପଡ଼ୁଛି ଯେ କୋଟି କୋଟି ଲୋକଙ୍କ ଦ୍ବାରା ରାମ ମନ୍ଦିର ପାଇଁ ଦିଆଯାଇଥିବା ଅର୍ଥ ହଡ଼ପ କରାଯାଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ଚୁପ ଥିବା ନେଇ ସୁରଜେଓ୍ବାଲା ଅଭିଯୋଗ ମଧ୍ୟ କରିଛନ୍ତି।  ଏହା ବ୍ୟତୀତ ଭଗବାନ ରାମଙ୍କ ଆସ୍ଥାର ସଉଦା କରିଥିବା ପାପିଙ୍କୁ ମୋଦୀଙ୍କ ସଂରକ୍ଷଣ ପ୍ରାପ୍ତ ହୋଇଛି କି ବୋଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି କଂଗ୍ରେସ ମୁଖପାତ୍ର। ଏହା ସହ ସେ ପ୍ରଶ୍ନ କରିଛନ୍ତି, ରାମ ମନ୍ଦିର ନିର୍ମାଣ ଟଙ୍କାରେ ଆଉ କେତେ ଜମି ଚଢ଼ା ଦରରେ କିଣାଯାଇଛି ? 

ସେହିଭଳି ରାମ ମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରା ଟ୍ରଷ୍ଟ ଗଠନ ହୋଇଥିବା ବେଳେ ଏବେ ଦୁର୍ନୀତିକୁ ନେଇ ପ୍ରଧାନମନ୍ତ୍ରୀ ଜବାବ ଦିଅନ୍ତୁ ଏବଂ ପୂରା ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଦାବି କରିଛନ୍ତି କଂଗ୍ରେସ ନେତା।

ସୂଚନାଯୋଗ୍ୟ, ରବିବାର ଆମା ଆଦମୀ ପାର୍ଟିର (ଆପ୍‌)ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଉପରେ ଗମ୍ଭୀର ଅଭିଯୋଗ ଆଣିବା ସହ ମାମଲାର ଯାଞ୍ଚ ସିବିଆଇ ଏବଂ ଇଡି କରିବା ଦରକାର ବୋଲି ଦାବି କରିଥିଲେ। ଟ୍ରଷ୍ଟର ସାଧାରଣ ସଂପାଦକ ଚମ୍ପତ ରାୟ ସଂସ୍ଥାର ସଦସ୍ୟ ଅନିଲ ମିଶ୍ରଙ୍କ ସହାୟତାରେ ୨ କୋଟି ଟଙ୍କାର ଜମିକୁ ୧୮ କୋଟି ଟଙ୍କରେ କିଣି ଥିବା ନେଇ ସଞ୍ଜୟ ସିଂହ ଦାବି କରିଥିଲେ। ଏହା ସହ ସମାଜବାଦୀ ପାର୍ଟିର ପୂର୍ବତନ ମନ୍ତ୍ରୀ ଏବଂ ଅଯୋଧ୍ୟାର ପୂର୍ବତନ ବିଧାୟକ ପବନ ପାଣ୍ଡେ ମଧ୍ୟ ସାମନ ଆଭିଯୋଗ ଆଣି ମାମଲାର ଯାଞ୍ଚ ସିବିଆଇ କରୁ ବୋଲି ଦାବି କରିଛନ୍ତି। ସେପଟେ ଏଭଳି ଅଭିଯୋଗକୁ ଭୟ କରୁନାହାନ୍ତି ଏବଂ ଏହା ଉପରେ ବିଶ୍ଳେଷଣ କରିବେ ବୋଲି ଚମ୍ପତ ରାୟ କହିଛନ୍ତି ।  

   Related Posts