ଦିଲ୍ଲୀରେ ବସୁଛି ଏଆଇସିସି ସ୍କ୍ରିନିଂ କମିଟି ବୈଠକ, ହୋଇପାରେ ପ୍ରାର୍ଥୀ ତାଲିକା ଚୂଡାନ୍ତ

Published By : Prameya-News7 Bureau | March 11, 2019 IST

ନୂଆଦିଲ୍ଲୀ ୧୧|୩ : ଆଜି ଦିଲ୍ଲୀରେ କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ ବସୁଛି । କଂଗ୍ରେସ ୱାର ରୁମ୍ ରେ ବସୁଥିବା ଏହି ବୈଠକରେ କଂଗ୍ରେସର ମହାସଚିବ, ସଚିବ, ପ୍ରଭାରୀ ଜିତେନ୍ଦ୍ର ସିଂହ, ଅସ୍ଥାୟୀ ରାଜ୍ୟପ୍ରଭାରୀ ଟି.ଏସ୍ ସିଂହଦେଓ ପିପିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରିସଂହ ମିଶ୍ର ପ୍ରମୁଖ ସାମିଲ ହେବେ । ବୈଠକରେ ୨୧ ଲୋକସଭା  ଏବଂ ୧୪୭ ବିଧାନ ସଭା ପାଇଁ ପ୍ରାର୍ଥୀ ତାଲିକା ଚୂଡାନ୍ତ ହେବ ବୋଲି ଜଣାପଡିଛି । ପୂର୍ବରୁ ୬ ତାରିଖରେ ବସିଥିବା ପିଇସି ବୈଠକରେ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯାଇ ସିଇସି ପଠାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.