Saturday, May 25, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦିଲ୍ଲୀରେ କଂଗ୍ରେସର ଟିକେଟ୍ କସରତ : ଆଜି ସ୍କ୍ରିନିଂ କମିଟି ବୈଠକରେ ପ୍ରାର୍ଥୀ ତାଲିକା ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ ୧୬|୩ :  ଆଜି ଦିଲ୍ଲୀରେ ବସିବ କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ସ୍କ୍ରିନିଂ କମିଟି ବୈଠକ । ସଭାପତି ରାହୁଲ ଗାନ୍ଧି ଏଥିରେ ଅଧ୍ୟକ୍ଷତା କରୁଥିବା ବେଳେ ଓଡ଼ିଶାରେ କଂଗ୍ରେସ ପ୍ରାର୍ଥୀ ତାଲିକା ନେଇ ଆଲୋଚନା ହେବ ।

ପୂର୍ବରୁ ପ୍ରାୟ ୩ଟି ପର୍ଯ୍ୟାୟର ପ୍ରାର୍ଥୀଙ୍କ ନାଁ ଉପରେ ଆଲୋଚନା ସରିଥିବା ବେଳେ ଆଜି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ପ୍ରାର୍ଥୀ ନିମନ୍ତେ ବିଚାରବିମର୍ଶ ହେବାର ସମ୍ଭାବନା ରହିଛି । ଯେଉଁ ଆସନ ଗୁଡ଼ିକରେ ଏକାଧିକ ପ୍ରାର୍ଥୀ ରହିଛନ୍ତି, ସେଠାରେ ନାଁ ଫାଇନାଲ ହୋଇ କେନ୍ଦ୍ରୀୟ ନିର୍ବାଚନ କମିଟି ବା ସିଇସି ନିକଟକୁ ପଠାଯିବ ।

ସେହିପରି ଜୟପୁରରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରାଯିବ ବୋଲି ରାହୁଲ ଘୋଷଣା କରିବା ପରେ ତାଲିକାରେ ସାମାନ୍ୟ ପରିବର୍ତ୍ତନ ହେବ ବୋଲି ମଧ୍ୟ ଚର୍ଚ୍ଚା ହୋଇଛି । ତେବେ ଆଜି ସଂଧ୍ୟା ସୁଦ୍ଧା କମ୍ ସେ କମ୍ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କଂଗ୍ରେସ ତାର ପ୍ରାର୍ଥୀ ତାଲିକା ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

106 Views

   ସମ୍ବନ୍ଧିତ ଖବର