ଭୁବନେଶ୍ବର ଓ କଟକ ଲୋକସଭା ଆସନ ପାଇଁ ସ୍କ୍ରିନିଂ କମିଟି ଚୂଡାନ୍ତ କଲା ୪ଟି ନାଆଁ

Published By : Prameya-News7 Bureau | February 13, 2019 IST

ଭୁବନେଶ୍ବର ୧୩|୨: କଂଗ୍ରେସ ଲାଗି କିଏ ହେବ ରାଇଟ୍ ଚଏସ୍ ?  କି କବାଟ କିଳା ବୈଠକରେ କେନ୍ଦ୍ରୀୟ କଂଗ୍ରେସ ସ୍କ୍ରିନିଙ୍ଗ କମିଟି ବୈଠକରେ ନେତାଏ କରିଛନ୍ତି କସରତ। । ଖେ।ଜିବା ଆରମ୍ଭ କରିଛନ୍ତି ଇଲିଜିବିଲ, ଡ଼ାଇନାମିକ୍ ଆଉ ପପୁଲାର ଫେସ୍ । କର୍ମୀଙ୍କୁ ଡ଼ାକି ୱ।ନ୍ ଟୁ  ୱ।ନ୍ ଆଲେ।ଚନା କରିଛି କଂଗ୍ରେସ ଭବନରେ । ତିନିଦିନ ଧରି କମିଟି ବସୁଥିବା ବେଳେ ଆଜି କେବଳ ଭୁବନେଶ୍ବର କଟକ ଏବଂ ବ୍ରହ୍ନପୁର ନିର୍ବଚନୀ ମଂଡ଼ଳି ଲାଗି ତଥ୍ୟ ସଂଗ୍ରହ ଆରମ୍ଭ କରିଛି କଂଗ୍ରେସ୍ ।

{"id":84831}

ଫେବୃଆରି ଶେଷ ସୁଦ୍ଦା ୫୦ ପ୍ରାର୍ଥୀଙ୍କ ନାଁ ଘେ।ଷଣା କରିବ ରାହୁଲଙ୍କ ନ୍ୟୁ ବ୍ରିଗେଡ଼୍ ।  ବ୍ରହ୍ମପୁର ଏବଂ ଭୁବନେଶ୍ବରରେ ହୋଇଛି କବାଟକିଳା ବୈଠକ।  ଆଜିଠୁ ତିନି ଦିନ ଧରି କଂଗ୍ରେସ କେନ୍ଦ୍ରୀୟ ସ୍କ୍ରିନିଙ୍ଗ କମିଟି ପ୍ରାର୍ଥୀ ଚୟନ ସମ୍ପର୍କରେ ମତାମତ ଏବଂ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛି । ଭୁବନେଶ୍ବରରେ  ସ୍କ୍ରିନିଙ୍ଗ କମିଟିର ଚେୟାରମ୍ୟାନ୍  ଭି. ଡ଼ି ସଥୀସାନ ଙ୍କ ଅଧକ୍ଷତାରେ ପ୍ରାର୍ଥୀ ଖୋଜା ଚାଲିଥିବା ବେଳେ ବ୍ରହ୍ମପୁରରେ ଏ.ଆଇ.ସି.ସି ସ୍କ୍ରିନିଂ କମିଟି ସଭ୍ୟ ନୌସାତ୍ ସୋଲାଙ୍ଗି ଯୋଗ ଦେଇଥିଲେ ।  

{"id":84834}

କଟକ ଓ ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀ ଅଧିନରେ ଆସୁଥିବା ଅଞ୍ଚଳର କର୍ମୀ ଭୁବନେଶ୍ବରରେ ଏବଂ ବ୍ରହ୍ମପୁରରେ  ବ୍ରହ୍ମପୁର ଓ ଆସିକା ନିର୍ବାଚନ ମଣ୍ଡଳୀ ଅଞ୍ଚଳର କର୍ମୀ ସାମିଲ ହୋଇଥିଲେ। ଜଣ ଜଣ କରି ଆଲୋଚନା କରିଥିଲା ସ୍କ୍ରିନିଂ କମିଟି। ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି।

{"id":84832}

ତେବେ ଦୀର୍ଘ ବର୍ଷ ପରେ ଯୁବ ନେତାଙ୍କୁ ସୁଯେ।ଗ ମିଳିବାର ସମ୍ଭାବନା ଦେଖାଦେଇଛି । ସ୍କ୍ରିନିଙ୍ଗ କମିଟି ଆଗରେ ସେମାନେ ମଧ୍ୟ ତାଙ୍କ ଚଏସ୍ ଫାଇଲ କରିଛନ୍ତି । ରାହୁଲ ଙ୍କ ଅଧକ୍ଷତାରେ ଯୁବ ନେତାଙ୍କୁ ଅଧିକ ସୁଯେ।ଗ ମିଳିବ ବେ।ଲି ଆଶା ବାନ୍ଧିଛନ୍ତି ୟଙ୍ଗ ବ୍ରିଗେଡ଼୍ ।

{"id":84833}

୧୫ ଯାଏ ଚାଲିବ ମତାମତ ଏବଂ ତଥ୍ୟ ସଂଗ୍ରହ କାର୍ଯ୍ୟକ୍ରମ । ଆସନ୍ତାକାଲି ଭୁବନେଶ୍ବରରେ ବସୁଥିବା କମିଟି ପୁରୀ, ଜଗତସିଂପୁର ଏବଂ ବ୍ରହ୍ନପୁରରେ ବସୁଥିବା କମିଟି  ନବରଙ୍ଗପୁର, କଳାହାଣ୍ଡି ନିର୍ବଚନୀ ମଂଡ଼ଳୀର ତଥ୍ୟ ସଂଗ୍ରହ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.