କଂଗ୍ରେସ ଭବନରେ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ବୈଠକ ; ପ୍ରାର୍ଥୀ ଚୟନ ସଂପର୍କରେ ମତାମତ ଓ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଆରମ୍ଭ

Published By : Prameya-News7 Bureau | February 13, 2019 IST

ଭୁବନେଶ୍ବର ୧୩|୨: କଂଗ୍ରେସ ଭବନରେ କେନ୍ଦ୍ରୀୟ ସ୍କ୍ରିନିଂ କମିଟି ବୈଠକ । କଂଗ୍ରେସ ପ୍ରାର୍ଥୀ ଚୟନ ସଂପର୍କରେ ମତାମତ ଓ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଆଇସିସି ପକ୍ଷରୁ କେନ୍ଦ୍ରୀୟ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଭି.ଡି ସଥୀସାନ ଭୁବନେଶ୍ବରରେ ବୈଠକ କରିଥିବା ବେଳେ ଓ ସଦସ୍ୟ ନୌସାଦ ସୋଲଙ୍କି ବ୍ରହ୍ମପୁରରେ ବୈଠକ କରିଛନ୍ତି । ୩ ଦିନ ଧରି ଭି.ଡି ସଥୀସାନ୍ ଭୁବନେଶ୍ବରର ଓ ନୌସାଦ ସୋଲାଙ୍କି ବ୍ରହ୍ମପୁର ଓ ଜୟପୁର ଠାରେ ପ୍ରାର୍ଥୀ ଚୟନ ପାଇଁ ମତାମତ ସଂଗ୍ରହ କରିବେ । କାର୍ଯ୍ୟକ୍ରମ ଅନୁଯାୟୀ ଲୋକସଭା ଓ ସେହି ଅଞ୍ଚଳର ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଚୟନ ସଂପର୍କରେ ପିସିସି କାର୍ଯ୍ୟକାରୀ ସଭାପତିଙ୍କ ସମେତ ସଂପୃକ୍ତ ଜିଲ୍ଲା କଂଗ୍ରେସ ସଭାପତି, କାର୍ଯ୍ୟକାରୀ ସଭାପତି , ଜିଲ୍ଲା ପରିଷଦ ଜୋନ୍ ସଭାପତି, ପିସିସି ସଭ୍ୟ , ସାଂସଦ, ପୂର୍ବତନ ସାଂସଦ, ବିଧାୟକ ଆଦିଙ୍କୁ ଭେଟି ସେମାନଙ୍କର ମତାମତ ନେବେ ।

{"id":84553,"width":576,"height":385}

ଭୁବନେଶ୍ବର ଓ କଟକ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ସଂପର୍କରେ ଆଲୋଚନା ଚାଲିଥିବା ବେଳେ ବ୍ରହ୍ମପୁରରେ ଆସିକା ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ସଂପର୍କରେ ଆଲୋଚନା ଚାଲିଛି । ୧୪ରେ ନବରଙ୍ଗପୁର ଠାରେ ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ୧୫ରେ ଜୟପୁରଠାରେ କୋରାପୁଟ ଲୋକସଭା ଓ ଏହାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଚୟନ ସଂପର୍କରେ ମତାମତ ଗ୍ରହଣ ହେବ । ତେବେ ସ୍କ୍ରିନିଂ କମିଟି ସଦସ୍ୟଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଟିକେଟ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କରିଥିବା ଟ୍ବିଟ୍ କୁ ନେଇ ଚିନ୍ତାରେ ଅଛନ୍ତି ରାଜ୍ୟର ପ୍ରମୁଖ୍ୟ କଂଗ୍ରେସ ନେତା ଏବଂ ପିସିସି ସଭାପତି । କାରଣ ଲଗାତର ତିନି ଥର ନିର୍ବାଚନ ହାରିଥିବା ପ୍ରାଥୀଙ୍କୁ ଏଥର ଟିକେଟ ମିଳିବ ନାହିଁ ବୋଲି ରାହୁଲଙ୍କ ଟ୍ବିଟ୍ ପରେ ନେତାଙ୍କ ମନରେ ଛନକା ପଶିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.