କେନ୍ଦ୍ରୀୟ କଂଗ୍ରେସ ସ୍କ୍ରିନିଂ କମିଟି ବୈଠକରେ ନେତାଙ୍କ କସରତ

Published By : Prameya-News7 Bureau | February 14, 2019 IST

ଭୁବନେଶ୍ବର ୧୪|୨:  କେନ୍ଦ୍ରୀୟ କଂଗ୍ରେସ ସ୍କ୍ରିନିଙ୍ଗ କମିଟି ବୈଠକରେ ନେତା କରୁଛନ୍ତି କସରତ । ଗତକାଲିଠୁ କଂଗ୍ରେସ କେନ୍ଦ୍ରୀୟ ସ୍କ୍ରିନିଙ୍ଗ କମିଟି ପ୍ରାର୍ଥୀ ଚୟନ ସମ୍ପର୍କରେ ମତାମତ ଏବଂ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛି । ଏହି ପ୍ରକ୍ରିୟା ତିନି ଦିନ ଧରି ଚାଲିବ । ଆଜି ଭୁବନେଶ୍ବରରେ ସ୍କ୍ରନିଙ୍ଗ କମିଟିର ଚେୟାରମ୍ୟାନ୍  ଭି. ଡ଼ି ସଥୀସାନ ଙ୍କ ଅଧକ୍ଷତାରେ ପୁରୀ ଏବଂ ଜଗତସିଂପୁର ଜିଲ୍ଲାରେ ପ୍ରାର୍ଥୀ ଚୟନ ନେଇ ମତାମତ ସଂଗ୍ରହ ଚାଲିଛି ।

{"id":84553,"width":579,"height":386}

ସେପଟେ ନବରଙ୍ଗପୁରରେ ଚାଲିଛି ସ୍କ୍ରିନିଂ କମିଟିର ରୁଦ୍ଧଦ୍ଵାର ବୈଠକ । ଏଥିରେ ଅଛନ୍ତି ଅଖିଳ ଭାରତୀୟ କଂଗ୍ରେସ ସ୍କ୍ରିନିଂ କମିଟି ସଦସ୍ୟ ନୌସାଦ ସୋଲାଙ୍କିଙ୍କ ସହ ପିସିସି ଉପ ସଭାପତି ଆର୍ଯ୍ୟ କୁମାର ଜ୍ଞାନେଦ୍ର, ପୂର୍ବତନ ବିଧାୟକ କୁମାର ଚିରଞ୍ଜୀବ, ପିସିସି ସମ୍ପାଦକ ଆକାଶ ଭୂୟାଁ । ଜଣକ ପରେ  ଜଣଙ୍କ ମତାମତ ସଂଗ୍ରହ କରାଯାଉଛି ।

{"id":84687}

ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାରେ ଥିବା ୨ଟି ଲୋକସଭା ଓ ୧୪ ଟି ବିଧାନସଭା ମଣ୍ଡଳୀର ପ୍ରାର୍ଥୀ ପାଇଁ କଂଗ୍ରେସର ପୁରୁଖା ନେତା, ଜୋନସ୍ତରୀୟ କର୍ମୀ ତଥା ଡ଼ି ସି ସି ପଦାଧିକାରୀଙ୍କ ମତାମତ ନିଆ ଯାଉଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.