ଆଜି ବସୁଛି କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ

Published By : Prameya-News7 Bureau | September 30, 2018 IST

ଭୁବନେଶ୍ବର ୩୦|୯: ଆଜି ବସୁଛି କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ। ଆସନ୍ତାକାଲି ପ୍ରଦେଶ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ୫୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ପ୍ରକ୍ରିୟା ନେଇ ପୁଣି ଥରେ ଆରମ୍ଭ ହେବ କସରତ। ଆଜି ଓଡ଼ିଶା ସ୍କ୍ରିନିଂ କମିଟି ମୁଖ୍ୟ ଭି.ଡି. ସଥେଶାନ୍ ଓ ଦୁଇଜଣ ସଦସ୍ୟ ଜିତନ୍ ପ୍ରସାଦ ଓ ନୌସାଦ୍ ସୋଲାଙ୍କି ଭୁବନେଶ୍ବରରେ ପହଞ୍ଚିବେ। ପ୍ରଥମ ପର୍ଯ୍ୟାୟରେ ସେମାନେ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କୁ ଏକାନ୍ତରେ ସାକ୍ଷାତ କରି ମତାମତ ସଂଗ୍ରହ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ପିଇସି ବୈଠକରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବ । ଶେଷରେ ସଭାପତି ରାହୁଲ ଗାନ୍ଧି ଏହି ତାଲିକାରେ ମୋହର ମାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.