୨୦୧୯ ନିର୍ବାଚନ ପାଇଁ କଂଗ୍ରେସର କସରତ; ବରିଷ୍ଠ ନେତାଙ୍କ ଠାରୁ ୬ଟି ଦିଗ ଉପରେ ତଥ୍ୟ ସଂଗ୍ରହ କରିଛି ସ୍କ୍ରିନିଂ କମିଟି
30/09/2018 at 6:19 PM

ଭୁବନେଶ୍ୱର ୩୦/୯ : ୨୦୧୯ ନିର୍ବାଚନକୁ ନେଇ ଟିକେଟ ପାଇଁ କଂଗ୍ରେସରେ କସରତ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟୟରେ ୫୦ ଟିକେଟ ଦେବା ପାଇଁ କଂଗ୍ରେସ ଭବନରେ ସ୍କ୍ରିନିଂ କମିଟି ଆଜି ଠାରୁ ଆରମ୍ଭ କରିଛି ଶୂଣାଣି । ଆଜି ୨୮ ବରିଷ୍ଠ ନେତାଙ୍କ ଠାରୁ ଜିଲ୍ଲା ଓ୍ବାରୀ ତଥ୍ୟ ସଂଗ୍ରହ କରିବା ସହ ସଂଗାଠନିକ ସ୍ଥିତି ନେଇ ଆଲୋଚନା କରିଛି କମିଟି । ବରିଷ୍ଠ ନେତାଙ୍କ ଠାରୁ ୬ଟି ଦିଗ ଉପରେ ତଥ୍ୟ ସଂଗ୍ରହ କରିଛି ସ୍କ୍ରିନିଂ କମିଟି । ପ୍ରତି ନେତାଙ୍କ ସହିତ ୨୦ରୁ ୨୫ ମିନିଟ ଧରି କମିଟିର ସଦସ୍ୟ ମାନେ ଆଲୋଚନା କରିଥିଲେ। ସଙ୍ଗଠନ ଠାରୁ ଆରମ୍ଭ କରି ପ୍ରାର୍ଥୀଙ୍କ ବାବଦରେ ତଥ୍ୟ ସଂଗ୍ରହ କରିଛି କିମିଟି ।ସ୍କ୍ରିନିଂ କିମିଟି ଅଧ୍ୟକ୍ଷ ଡି ଡି ସତ୍ୟସାନ, ସଦସ୍ୟ ଜିତିନ ପ୍ରସ୍ରାଦ ଏବଂ ନୌସାଦ ସୋଲାଙ୍ଗି ଭୁବନେଶ୍ବରରେ ପହଞ%