Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ଦ୍ବିତୀୟ ଦିନରେ କଂଗ୍ରେସ ସ୍କ୍ରିନିଂ କମିଟି: ନବରଙ୍ଗପୁର, କଳାହାଣ୍ଡି, ପୁରୀ ଓ ଜଗତସିଂହପୁର ଜିଲ୍ଲାର ଟିକେଟ ଫାଇନାଲ ! ଅନ୍ୟ ଦଳ ସହ ମେଣ୍ଟ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି

14/02/2019 at 8:06 PM

ଭୁବନେଶ୍ବର୧୪|୨: ୨୦୧୯ ସାଧରଣ ନିର୍ବାଚନ ପାଇଁ କଂଗ୍ରେସର ଜୋରଦାର ପ୍ରସ୍ତୁତି । ପ୍ରାର୍ଥୀ ଚୟନ ନେଇ କଂଗ୍ରେସ ଭବନ ଏବଂ ନବରଙ୍ଗପୁରରେ ସ୍କ୍ରିନିଂ କମିଟି କସରତ ଚଳାଇଛନ୍ତି। ରାହୁଲ ଗାନ୍ଧୀ ଯୁବ ନେତୃତ୍ବ ଉପରେ ଆସ୍ଥା ପ୍ରକଟ କରୁଥିବାରୁ ନୂଆ ଏବଂ ଯୁବ ପ୍ରାର୍ଥୀଙ୍କ ଲମ୍ବା ଲାଇନ୍ ଲାଗିଛି । ଏପଟେ ବିଜେପି ବିଜେଡିକୁ  ଟକ୍କର ଦେବା ପାଇଁ ଛୋଟ ଛୋଟ ଦଳକୁ ସାଙ୍ଗରେ ନେବା ପାଇଁ କମର କସିବା ଆରମ୍ଭ କରିଛି ପିସିସି ।

ଦ୍ବିତୀୟ ଦିନରେ କଂଗ୍ରେସ ସ୍କ୍ରିନିଂ କମିଟି । ଆଜି ପୁରୀ ଏବଂ ଜଗତସିଂହପୁର ସଂସଦୀୟ ଓ ବିଧାନସଭା କ୍ଷେତ୍ର ପାଇଁ  ପ୍ରାର୍ଥୀଙ୍କୁ ସ୍କ୍ରିନିଂ କରିଛି କମିଟି। ଜିଲ୍ଲା କମିଟି ପ୍ରାର୍ଥୀଙ୍କ ନାମ ସୁପାରିଶ କରିଥିଲେ ବି ଆଶାୟୀ ପ୍ରାର୍ଥୀମାନେ ହାତରେ ନିଜର ପ୍ରୋଫାଇଲ ଧରି କିମିଟି ପାଖରେ ହାଜର ହୋଇଥିଲେ । ଜଗତସିଂପୁର ଓ ପୁରୀ ସଂସଦୀୟ କ୍ଷେତ୍ର ପାଇଁ କେତେକ ହେଭିୱେଟ୍‌ ନେତା ଆଶାୟୀ ଅଛନ୍ତି । ସେପଟେ ନବରଙ୍ଗପୁରରେ ନବରଙ୍ଗପୁର ଓ  କଳାହାଣ୍ଡି ଜିଲ୍ଲାର ୨ଟି ଲୋକସଭା ଓ ୧୪ ଟି ବିଧାନସଭା ମଣ୍ଡଳୀର ପ୍ରାର୍ଥୀଙ୍କ ପାଇଁ କଂଗ୍ରେସର ପୁରୁଖା ନେତା, ଜୋନ୍ ସ୍ତରୀୟ କର୍ମୀ ତଥା ଡ଼ି ସି ସି ପଦାଧିକାରୀଙ୍କ ମତାମତ ନେଇଛନ୍ତି ସ୍କ୍ରିନିଂ କମିଟି ସଦସ୍ୟ ।

ପ୍ରାର୍ଥୀ ଚୟନ ନେଇ କଂଗ୍ରେସ ଭବନରେ ସ୍କ୍ରିନିଂ କମିଟି କସରତ ଚଳାଇଥିବାବେଳେ ମହାଗଠବନ୍ଧନ ନେଇ ଖୁବ ଶିଘ୍ର ନିଷ୍ପତ୍ତି ନେବ କଂଗ୍ରେସ । କଂଗ୍ରେସ ସହିତ ସମଭାବାପନ୍ନ ଦଳ ସିପିଆଇ, ସିପିଏମ  ଏବଂ ଜେଏମଏମ ସହ ଗଠବନ୍ଧନ ନେଇ କଥାବାର୍ତା ଚାଲିଛି ।

ସିପିଆଇ ଆସ୍କା ଏବଂ ଜଗତସିଂହପୁର ଲୋକସଭା ଆସନ ଏବଂ ୧୨ ବିଧାନସଭା ଆସନ ଦାବି କରିଛି।  ଏପଟେ ସିପିଏମ ଗୋଟିଏ ଭୁବନେଶ୍ବର ଲୋକସଭା ସହିତ ୭ଟି ବିଧାନସଭା ଆସନ ପାଇଁ ମୂଲଚାଲ କରୁଛି। ଜେଏମଏମ ବି ଗୋଟିଏ ଲୋକସଭା ସହିତ କିଛି ବିଧାନସଭା ସେୟାର କରିବା  ଲକ୍ଷ୍ୟରେ ରହିଛି।  ମାସ ଶେଷ ସୁଦ୍ଧା ଏସମ୍ପର୍କରେ ଚୂଡାନ୍ତ ନିଷ୍ପତି ନେବ ପିସିସି।

ରାହୁଲ ଓ ନିରଞ୍ଜନଙ୍କ ନେତୃତ୍ବରେ କଂଗ୍ରେସ  ଉଭୟ ଲୋକସଭା ଏବଂ ବିଧାନସଭା ଆସନ ଉପ​‌ରେ ଫୋକସ ରଖିଛି। ଭଲ ପ୍ରାର୍ଥୀ ସମେତ ବିଭିନ୍ନ ଛୋଟ ଛୋଟ ଦଳ ସହ ମେଣ୍ଟ ହେଲେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ।

   Related Posts