କୃଷି ବିଲ୍‌କୁ ନେଇ କଂଗ୍ରେସର ପ୍ରତି ଆକ୍ରମଣ, କହିଲେ- ଆଜି ହେଉଛି କଳା ଦିବସ, ମୋଦୀ ସରକାର କୃଷକଙ୍କ ପିଠିରେ ଛୁରା ଭୁସିଛନ୍ତି

Published By : Prameya-News7 Bureau | September 20, 2020 IST

ନୂଆଦିଲ୍ଲୀ ୨୦।୦୯: ରାଜ୍ୟସଭାରେ ଆଜି କୃଷି ବିଲ୍‌ ପାରିତ ହେବା ସମୟରେ ଗୃହରେ ହୋଇଥିବା ହଟ୍ଟଗୋଳ ପରେ ସନ୍ଧ୍ୟାରେ ରାଜନାଥ ସିଂହଙ୍କ ସମେତ ୬ କେନ୍ଦ୍ର ମନ୍ତ୍ରୀ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଉପାଧ୍ୟକ୍ଷଙ୍କ ବିରୋଧରେ ହୋଇଥିବା  ବ୍ୟବହାର ଉପରେ ସରକାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ ପରେ କଂଗ୍ରେସ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ପ୍ରତି ଜବାବ ଦେଇଛି।

ରାଜ୍ୟସଭାରେ ବାଚନିକ ଭୋଟରେ ଦୁଇଟି ବିଲ୍‌ ପାରିତ ହେବା ପରେ ଗୃହ ଭିତରେ ଏବଂ ବାହାରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। କଂଗ୍ରେସକୁ କଳା ଦିବସର ଆଖ୍ୟା ଦେଇ ମୋଦୀ ସରକାର ରାଜନୈତିକ ଦଳ, କୃଷକ ଓ ସଂସଦର ଅଣଦେଖା କରୁଥିବା ଅଭିଯୋଗ କରିଛି।

ବିଲ୍‌କୁ ନେଇ କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ମୋଦୀ ସରକାରକୁ ଶାଣିତ ସ୍ଵରରେ ସମାଲୋଚନା କରିଛି। କଂଗ୍ରେସ ନେତା ରଣଦୀପ ସୁରଜେଓ୍ଵାଲା କହିଛନ୍ତି ମୋଦୀ ସରକାର କୃଷକଙ୍କ ପିଠିରେ ଛୁରା ଭୁସିଛନ୍ତି। ଯେବେ ସରକାରଙ୍କୁ ହୃଦବୋଧ ହେଲା ଯେ ତାଙ୍କ ପାଖରେ  ବହୁମତ ନାହିଁ ସରକାର ଧ୍ଵନି ମତରେ ବିଲ୍‌କୁ ଗୃହୀତ କରାଇଛନ୍ତି। ଏହା ଆମ ଗଣତନ୍ତ୍ରର ୭୩ ବର୍ଷରେ ସବୁଠୁ ବଡ କଳାଦିନ। ଏହା ଏକ ସୁନିୟୋଜିତ ହମଲା ଥିଲା। ୨୦୨୦ରେ ସ୍ଵାଧୀନତା ଲଢେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଲଢାଯିବ ବୋଲି ସେ କହିଛନ୍ତି।

କେସି ବେଣୁଗୋପାଳ କହିଛନ୍ତି ସରକାରଙ୍କ ପକ୍ଷରୁ ରାଜନୈତିକ ଦଳ, କୃଷକ ଓ ସଂସଦକୁ ଶୁଣାଯାଉ ନାହିଁ। ମୁଖ୍ୟ ସଚେତକ ଜୟରାମ ରମେଶ ଅନୁରୋଧ କରିଥିଲେ ଯେ, ମନ୍ତ୍ରୀ କାଲି ଉତ୍ତର ଦିଅନ୍ତୁ ଏବଂ ବିଧେୟକ କାଲି ମଧ୍ୟ ପାରିତ କରାଯାଇ ପାରିବ। ହେଲେ ରାଜ୍ୟସଭା ଉପାଧ୍ୟକ୍ଷ ବିରୋଧୀଙ୍କ କଥାକୁ କର୍ଣ୍ଣପାତ କରିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.