ସ୍ମୃତି ଇରାନୀଙ୍କ ବିରୋଧରେ ସାଂସଦ ପାଣ୍ଠି ହଡପ ଅଭିଯୋଗ ଆଣିଲା କଂଗ୍ରେସ : ମନ୍ତ୍ରୀ ପଦରୁ ବରଖାସ୍ତ ଦାବି

Published By : Prameya-News7 Bureau | March 14, 2019 IST

ଦିଲ୍ଲୀ ୧୪/୩ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଅଭିଯୋଗ | ସ୍ମୃତିଙ୍କ ବିରୋଧରେ ଦୁର୍ନୀତି ଏବଂ ଠକେଇ ଅଭିଯୋଗ ଆଣିଛି କଂଗ୍ରେସ | କଂଗ୍ରେସ ନେତା ଶକ୍ତି ସିଂ ଗୋହିଲ ଏବଂ ରଣଦୀପ ସୁରଜବାଲା ଏକ ସିଏଜି ରିପୋର୍ଟ ଆଧାରରେ ସାଂସଦ ପାଣ୍ଠି ଦୁରୁପଯୋଗ  ଅଭିଯୋଗ କରିଛନ୍ତି | ସ୍ମୃତି ଇରାନୀଙ୍କୁ ମନ୍ତ୍ରୀମଣ୍ଡଳରୁ ହଟାଇବା ପାଇଁ ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଂଗ୍ରେସ ନେତା ମୋଦିଙ୍କ ନିକଟରେ ଦାବି କରିଛନ୍ତି | 

ଶକ୍ତି ସିଂ ଗୋହିଲ କହିଛନ୍ତି ଯେ, ମୋଦି କହିଥିଲେ ଯେ ନିଜେ ଖାଆନ୍ତି ନାହିଁ କି କାହାକୁ ଖାଇବାକୁ ମଧ୍ୟ ଦିଅନ୍ତିନାହିଁ | ଅର୍ଥାତ ସେ ନିଜେ ଦୁର୍ନୀତି କରନ୍ତି ନାହିଁ କି କାହାକୁ କରିବାକୁ କରିବାକୁ ମଧ୍ୟ ଦିଅନ୍ତିନାହିଁ | କିନ୍ତୁ ମୋଦି ଏବଂ ତାଙ୍କ ନିକଟବର୍ତ୍ତୀ ନେତା କୋଟିଏରୁ କମ ଖାଆନ୍ତି, କିନ୍ତୁ ସତ କହୁଥିବା ଲୋକଙ୍କୁ ଶାନ୍ତିରେ ରହିବାକୁ ଦିଅନ୍ତିନାହିଁ | ସ୍ମୃତି ଇରାନୀ ସାଂସଦ ହେବା ପରେ ଗୋଟିଏ ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ | କିନ୍ତୁ ସତ କଥା ହେଲା ସେ ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରିନଥିଲେ ବରଂ ଗାଁକୁ ମିଳୁଥିବା ଟଙ୍କା ନିଜ ପାକେଟରେ ଭର୍ତ୍ତି କରୁଥିଲେ | ଗୁଜରାଟ ଆନନ୍ଦ ଜିଲ୍ଲାର କଲେକ୍ଟର ସଂସଦ ପାଣ୍ଠି ମଂଜୁର କରୁଥିବା ସଂପୃକ୍ତ ବିଭାଗର ଡେପୁଟି ସଚିବଙ୍କୁ ଏକ ଚିଠି ଲେଖିଥିଲେ | ଚିଠିରୁ ସ୍ପଷ୍ଟ ହୋଇଛି ଯେ, ସ୍ମୃତି ଇରାନୀ ନିଜ ସଂସଦ ପାଣ୍ଠି ହଡପ ତକୁଛନନ୍ତି |

{"id":93545,"width":566,"height":424}

ସେ କହିଛନ୍ତି ଯେ, କାର୍ଯ୍ୟାଦାସୀ ସଂସ୍ଥା ସରକାରୀ ସଂସ୍ଥା ଛଡା ଆଉ କେହି ବି ହୋଇନଥିବ | କିନ୍ତୁ ମୋଦିଙ୍କ ନିକଟବର୍ତ୍ତୀ ସାଂସଦ ସ୍ମୃତି ଇରାନୀ କହିଛନ୍ତି ଯେ, କାର୍ଯ୍ୟାଦାସୀ ସଂସ୍ଥା ସାରଦା ଶ୍ରମିକ ସହକାରୀ ସମିତିକୁ କରାଯାଉ | ସ୍ମୃତିଙ୍କ କହିବାନୁଯାୟୀ, ନିୟମଗୁଡିକୁ ସାଇଡ କରି ସାରଦା ଶ୍ରମିକ କାର୍ଯ୍ୟମଣ୍ଡଳୀକୁ ବିନା ନିବେଦନରେ ୨୩୨ କାର୍ଯ୍ୟର ଠିକା ଏବଂ ୫.୯୩ କୋଟି ଟଙ୍କାର ଜୋରିମାନା ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି | ଯେଉଁଥିରେ ୮୪.୫୩ ଲକ୍ଷର ଠକେଇ ଜୋରିମାନା ସାମିଲ ରହିଛି | କଲେକ୍ଟରଙ୍କ ଯାଞ୍ଚ ପରେ ଜଣାପଡିଥିଲା ଯେ ସେଠାରେ କୌଣସି କାମ ଆରମ୍ଭ ହିଁ ହୋଇନାହିଁ | ୪ କୋଟି ଟଙ୍କା ଜୋରିମାନା ତାଙ୍କ ଠାରୁ ଆଦାୟ କରାଯାଉ ବୋଲି କଲେକ୍ଟର କହିଛନ୍ତି |

wp:quote

Massive Fraud & Bungling in MPLAD Funds of Smt. Smriti Irani exposed!

CAG implicates for making payment of ₹5.93 Cr from MPLAD funds without tender including fraudulent payment of ₹84.53 Lacs

Will PM Modi show the courage of conviction to #SackSmritiIrani ?

Statement:- pic.twitter.com/H6498rKRoX— Randeep Singh Surjewala (@rssurjewala) March 14, 2019

/wp:quote

କଂଗ୍ରେସ ନେତା ରଣଦୀପ ସୁରଜବାଲା କହିଛନ୍ତି ଯେ, ବିଜେପି ଭୟମୁକ୍ତ ଦୁର୍ନୀତି କରୁଛି | ମୋଦି ସ୍ମୃତି ଇରାନୀଙ୍କୁ ଅତି ଶୀଘ୍ର ମନ୍ତ୍ରୀ ପଦରୁ ବରଖାସ୍ତ କରନ୍ତୁ ବୋଲି କଂଗ୍ରେସ ନେତା ଦାବି କରିଛନ୍ତି | ଏହାସହ ଦୁର୍ନୀତି ନିରୋଧକ ଆଇନ ତଥା ଭାରତୀୟ ଦଣ୍ଡ ବିଧାନ ଧାରା ଅନୁଯାୟୀ ମୋକଦ୍ଦମା ରୁଜ୍ଜୁ କରାଯାଉ | ଦରକାର ପଡିଲେ ସ୍ମୃତି ଇରାନୀଙ୍କ ବିରୋଧରେ କଂଗ୍ରେସ ନେତା ଅଦାଲତର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି | 

{"id":93546}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.