ନିର୍ବାଚନ ପାଇଁ ପାଣ୍ଠି ଆଦାୟ ପାଇଁ ପୂର୍ତ୍ତ ବିଭାଗରେ ହୋଇଛି ପୁନଃ ଥଇଥାନ: କଂଗ୍ରେସ
14/11/2018 at 3:14 PM

ଭୁବନେଶ୍ବର୧୪|୧୧: ନିର୍ବାଚନ ପାଇଁ ପାଣ୍ଠି ଆଦାୟ କରିବା ପାଇଁ ପୂର୍ତ୍ତ ବିଭାଗରେ ପୁନଃ ଥଇଥାନ କରାଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ପୂର୍ତ୍ତ ବିଭାଗ ସଚିବଙ୍କଠାରୁ ଆରମ୍ଭ କରି ଆସିଷ୍ଟାଣ୍ଟ ଇଞ୍ଜିନିୟର ପର୍ଯ୍ୟନ୍ତ ପ୍ରାୟ ୩୩ ଜଣଙ୍କୁ ପୁନଃ ନିଯୁକ୍ତି ଦିଆଯାଇଛି ।ଏମାନେ ସମସ୍ତେ ଏଷ୍ଟିମେଟର।ବିଭିନ୍ନ ବିଭାଗରୁ ଦଳୀୟ ପାଣ୍ଠିକୁ କିଭଳି ଟଙ୍କା ଆସିବ, ସେଥିପାଇଁ ଏମାନଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି କଂଗ୍ରେସ ମିଡିଆ ସେଲର ୍ଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ କହିଛନ୍ତି ।
ବାରମ୍ବାର ବ୍ରିଜ ଭୁଷୁଡିଥିଲେ ମଧ୍ୟ ସଚିବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେଇ ତାଙ୍କୁ ପୁନଃ ଥଇଥାନ କରାଯାଇଛି।ବାହାରେ ବେକାର ଇଞ୍ଜିନିୟର ବୁଲୁଥିବା ବେଳେ ଅବସରପ୍ରାସ୍ତ ଲୋକଙ୍କୁ କାହିଁକି ଥଇଥାନ କରାଯାଉଛି ସେନେଇ ପ୍ରଶ୍ନ କରିଛି କଂଗ୍ରେସ ।ଓମ୍ ପ୍ରକାଶ ପଟେଲଙ୍କୁ ଓଏସ୍ଡି ଭାବେ ପୁନଃ ଥଇଥାନ କରାଯାଇଛି ।କାରଣ ଦର୍ଶାଯାଇଛି ଯେ, ତାଙ୍କ ବିରୋଧରେ ଥିବା ଦୁର୍ନୀତିର ଫାଇଲ ହଜିଯାଇଛି ବୋଲି ସତ୍ୟ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ସ୍ବଚ୍ଛତା କଥା କହୁଛନ୍ତି, ତାହେଲେ ଫାଇଲ ହଜିଲା କେମିତି ।ଏହାର ତଦନ୍ତ ହୋଇଛି କି, ଥାନାରେ ଏତଲା ଦିଆଯାଇଛି କି ନାହିଁ ।କାହାକୁ ଗିରଫ କରାଯାଇଛି କି ନାହିଁ ସେନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଏକ ପ୍ରେସମିଟ୍ରେ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟ ନାୟକ ଦାବି କରିଛନ୍ତି ।