Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଦେଶବାସୀଙ୍କୁ ମାଗଣା ଟିକା, କଂଗ୍ରେସ କହିଲା- ‘ଦୂରଦର୍ଶୀ’ ରାହୁଲଙ୍କ ପରାମର୍ଶ ମାନିବାରେ ପ୍ରଧାନମନ୍ତ୍ରୀଙ୍କୁ ମାସେ ସମୟ ଲାଗିଗଲା

7/06/2021 at 8:37 PM

ନୂଆଦିଲ୍ଲୀ ୦୭।୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କରୋନାର ଦ୍ଵିତୀୟ ଲହରକୁ ଦୃଷ୍ଟିରେ ରଖି ବଡ ଘୋଷଣା କରିଛନ୍ତି। ଦେଶବାସୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ ମାଗଣାରେ ଭ୍ୟାକ୍ସିନ ଯୋଗାଇ ଦିଆଯିବ। ଏହି ଘୋଷଣା ପରେ ବିରୋଧୀ ଦଳ ସକ୍ରିୟ ହୋଇ ଉଠିଛନ୍ତି। ଏହାର ପୂରା ଶ୍ରେୟକୁ ନେଇ  ଶାସକ ଏବଂ ବିରୋଧୀ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇ ଯାଇଛି। ସରକାର ଯେମିତି ଏହାର ପୂରା ଶ୍ରେୟ ନେଇପାରିବ ନାହିଁ, ସେଥିପାଇଁ ବିରୋଧୀଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇ ଯାଇଛି।

ଭାରତୀୟ ଯୁବ କଂଗ୍ରେସର ଜାତୀୟ ସଭାପତି ଶ୍ରୀନିବାସ  ବି ଭି ଟ୍ଵିଟ୍ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ‘ଦୂରଦର୍ଶୀ’ ରାହୁଲଙ୍କ ପରାମର୍ଶ ମାନିବାକୁ ମାସେ ସମୟ ନେଇଗଲେ। ସେ ରାହୁଲ ଗାନ୍ଧୀଙ୍କ ପୁରୁଣା ଟ୍ଵିଟ୍ ସେୟାର କରି ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ୨୦୨୧ ଏପ୍ରିଲ ୨୯ରେ ରାହୁଲ ଗାନ୍ଧୀ ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ଯୋଗାଇ ଦେବା କଥା କହିଥିଲେ। ଶ୍ରୀନିବାସ ରାହୁଲଙ୍କ ଏହି କଥା ଉପରେ ଆଲୋକପାତ କରିଛନ୍ତି।

ଅନ୍ୟପଟେ କଂଗ୍ରେସ ନେତା ଅଧିର ରଞ୍ଜନ ଦାବି କରିଛନ୍ତି ଯେ, ସରକାର ଏହି ନିଷ୍ପତ୍ତି ଚାପରେ ପଡି ନେଇଛନ୍ତି। ଯେବେ ରାଜ୍ୟ ସରକାର କେନ୍ଦ୍ର ଉପରେ ଚାପ ପକାଇ ମାଗଣାରେ ଟିକା ଦେବାକୁ ଦାବି ଉଠାଇଲେ ଏବଂ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କଲେ, ଏହା ପରେ ପ୍ରଧାନମନ୍ତ୍ରୀଙ୍କୁ ବାଧ୍ୟ ହୋଇ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ନିଷ୍ପତ୍ତି ନେବାକୁ ପଡିଲା।

କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେଓ୍ଵାଲା କହିଛନ୍ତି, ପ୍ରଧାନମନ୍ତ୍ରୀ ଦେଶର ପୂର୍ବ  ଟିକାକରଣ  କାର୍ଯ୍ୟକ୍ରମ ବିଷୟରେ ଟିପ୍ପଣୀ କରି ଅତୀତର ସରକାର ଏବଂ ବୈଜ୍ଞାନିକଙ୍କ ଅପମାନ କରିଛନ୍ତି। ବର୍ତ୍ତମାନ ଏହା ଆନନ୍ଦର ବିଷୟ ଯେ, ଜନତାଙ୍କୁ ମାଗଣାରେ ଟିକା ଦିଆଯିବ ଦାବିକୁ ସରକାର ଆଂଶିକ ଭାବେ ସ୍ଵୀକାର କରିଛନ୍ତି। ବିଳମ୍ବରେ ସରକାର ଦାବି ମାନିଥିଲେ ମଧ୍ୟ ସଂପୂର୍ଣ୍ଣ ଭାବେ ଲାଗୁ କରି ନାହାନ୍ତି।

   Related Posts