Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ବିଜେଡି ଟିକେଟ କଟିବା ନେଇ ଅଡିଓ : ‘ନବୀନ ନିବାସରୁ ହୋଇଛି ଜାରୀ’ !

25/02/2019 at 8:24 PM

ଭୁବନେଶ୍ବର୨୫|୨(ଲକ୍ଷ୍ମୀଧର ମହାପାତ୍ର): ଭାଇରାଲ ହେଲ ବିଜେଡିର ଅଡିଓ ଟେପ ।  ଏହି ଅଡିଓ ଟେପକୁ ନେଇ  ବିଜେଡି ଶିବିରରେ ଦେଖାଦେଇଛି ଛନକା । ଆଉ ଏହି ଅଡିଓ ଟେପ୍ ଶୁଣି ଟିକେଟ କଟିବା ଭୟରେ କିଛି ବିଧାୟକ ମଧ୍ୟ ମାଡି ଆସିଥିଲେ ସଚିବାଳୟ । ଏପ​‌ଟେ ବିଜେଡି କହିଛି ଏହି ଅଡିଓ ଟେପ ବିଜେଡିର ନୁହେଁ । ଏହି ଅଡିଓ ଟେପକୁ ଭାଇରାଲ ପଛରେ ବିଜେପି ହାତଥିବା ବିଜେଡି ଇଙ୍ଗିତ କରିଥିବା ବେଳେ କଂଗ୍ରେସ  କହିଛି ଏହି ଅଡିଓ ଟେପ ନବୀନ ନିବାସରୁ ହି ଜାଣିଶୁଣି  ଛଡାଯାଇଛି। …

ହଇଚଇ ପକେଇଛି ଅଡିଓ ଟେପ । ଛାତି ଧଡ଼ ଧଡ଼ କଲାଣି ଅଡିଓ ଟେପ୍‌  । କାହାର ଟିକେଟ କଟିବା କାହାର ରହିବ ତାକୁ ନେଇ ଏବେ ହୁଲସ୍ତୁଲ । ଏହି ଅଡିଓ ଟେପକୁ ବି​‌ଜେଡି ଶିବିରରେ ଜୋର ଚର୍ଚ୍ଚା । ଅଡିଓ କାହାର ଜଣାପଡିନି କିନ୍ତୁ କେଉଁ କେଉଁ ବିଧାୟକଙ୍କ୍ ଟିକେଟ କଟିବ ଗୋଟି ଗୋଟି କରି ତାର ଲମ୍ବା ତାଲିକା ହୋଇ ସାରିଛି। 

କଟକରୁ ବିଧାୟକ ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ବାଳ, ସେହିପରି ଜଗତସିଂହପୁରରୁ  ରାଜଶ୍ରୀ  ମଲ୍ଲିକ, କେନ୍ଦ୍ର ପଡାରୁ କିଶୋର ତରାଇ ଓ ବେଦ ପ୍ରକାଶ ଅଗ୍ରଓ୍ବାଲ , ଯାଜପୂରରୁ ଆକାଶ ଦାସ ନାୟକ,ଭଦ୍ରକରୁ ଯୁଗଳ କିଶୋର ପଟ୍ଟନାୟକ ଏବଂ ମୁକ୍ତିକାନ୍ତ ମଣ୍ତଳ ଏହି ସବୁ ଜିଲ୍ଲାର ତାଲିକା ଏହି ଟେପରେ ରହିଛି । କିନ୍ତୁ ଏହି ଟେପକୁ ସ୍ବୀକାର କରୁନି ବିଜେଡି । ଏଭଳି ଅଡିଓ ଭାଇରାଲ କରିବା ପଛରେ ବିଜେପିର ହାତ ଅଛି ବୋଲି ଅଭିଯୋଗ କରିଛନ୍ତି ସସ୍ମିତ ପାତ୍ର ।

ଓଲଟି ବିଜେପିକୁ ଆଙ୍ଗୁଳି ଦେଖାଇଛି ବିଜେଡି। ଏସବୁ ବିଜେପି କରିଛି ବୋଲି କହିଛି । ସେପଟେ  ବିଜେପି କହିଛି  ବିଜେଡିକୁ ବିଜେପି ଭୂତ କାମୁଡି ଦେଇଛି । ଏପଟେ କଂଗ୍ରେସ କହିଛି । ଏଭଳି ଅଡିଓ ଟେପ  ନବୀନ ନିବାସରୁ ଜାରି କରାଯାଇଛି।

ବହୁ ପୂର୍ବରୁ ୪୦ରୁ ଉର୍ଦ୍ଧ ବିଧାୟକ ଟିକେଟ କଟିବା ନେଇ ବିଜେଡି ଶିବିରରେ ଚର୍ଚ୍ଚା ହେଉଥିଲା। ହେଳେ କାହାର କଟିବ କାହାର ରହବି ତା ତାହା ଦଳ ସୁପ୍ରିମୋଙ୍କ ହାତର କଥା। କିନ୍ତୁ  ତାପୂର୍ବରୁ ଏହି ଅଡିଓ ଟେପ ଏବେ ରାଜନୈତିକ ପାଣିକୁ ଗୋଳିଆ କରିଛି।

   Related Posts