ଗୁଣୁପୁର ବାଙ୍ଗୀ ଛକରେ ଜିଲ୍ଲା କଂଗ୍ରେସର ରାସ୍ତା ଅବରୋଧ : ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁ ମାମଲାରେ ନ୍ୟାୟ ଦାବି
13/01/2020 at 11:37 AM

ରାୟଗଡା୧୩/୧: ରାୟଗଡା ଜିଲ୍ଲା ଗୁଣୁପୁର ରାମନାଗୁଡା ନିକଟ ବାଙ୍ଗୀ ଛକରେ କଂଗ୍ରେସର ରାସ୍ତା ରୋକ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତମ ଗମାଙ୍ଗଙ୍କ ହତ୍ୟା ମାମଲାରେ ପୋଲିସ୍ ଠିକ୍ ଭାବରେ ତଦନ୍ତ କରୁନଥିବା ଅଭିଯୋଗ କରି କଂଗ୍ରେସ ରାସ୍ତାକୁ ଓହ୍ଲାଇଛି ।

ଗତ ମାସ ୨୪ ତାରିଖ ରାତିରେ ତାଣ୍ଡିକଣା ଛକରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୁଖ୍ୟରାସ୍ତା ଉପରେ ପୁରୁଷୋତ୍ତମ ପଡି ରହିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଶ୍ରିକାକୁଲମ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ପ୍ରାଥମିକ ତଦନ୍ତକରି ଦୁର୍ଘଟଣା ଜନିତ ମୃତ୍ୟ ବୋଲି ରିପୋର୍ଟ ଦେଇଛି । ଅନ୍ୟପକ୍ଷରେ ପୁରୁଷୋତ୍ତଙ୍କ ପରିବାର ଏବଂ କଂଗ୍ରେସ ଦଳ ଏହାକୁ ଏକ ସୁପରିକଳ୍ପିତ ହତ୍ୟା ବୋଲି ଅଭିଯୋଗ କରିଛି । ଏନେଇ ଥାନାରେ ଏତଲା ଦିଆଯାଇଛି । ନ୍ୟାୟ ଦାବି କରି କଂଗ୍ରେସ ରାସ୍ତାକୁ ଓହ୍ଲାଇଛି ।
