ବିଧାନସଭା ଶୀତ ଅଧିବେଶନ: ତେନ୍ତେଇ ଦୁଷ୍କର୍ମ ଘଟଣା ନେଇ ଗୃହ ସରଗରମ , ୩ଟା ଯାଏଁ ମୁଲତବୀ

Published By : Prameya-News7 Bureau | November 25, 2019 IST

ଭୁବନେଶ୍ବର ୨୫।୧୧: ବିଧାନସଭା ଶୀତ ଅଧିବେଶନ। ଆଜି ବି ବିଧାନସଭା ଅଚଳ । ଗୃହରେ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟ ହଟ୍ଟଗୋଳ । ଗୃହ ୩ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି ।  

{"id":189508,"sizeSlug":"large"}

ବିଧାନସଭା ଶୂନ୍ୟକାଳରେ ଉଠିଲା ଜଗତସିଂହପୁର ଜିଲ୍ଲା ତେନ୍ତେଇ ଦୁଷ୍କର୍ମ ଘଟଣା । ଏହି ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ଗୃହରେ ହଟ୍ଟଗୋଳ କରିଥିଲେ କଂଗ୍ରେସ ସଦସ୍ୟ । ଏଥିପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି ମଧ୍ୟ କରିଥିଲେ । ଯେତେବେଳେ ମହିଳାଙ୍କୁ ନିର୍ଯାତନା ନେଇ ରାଜନୀତି କରାନଯାଉ ବୋଲି ମୁଖ୍ୟମନ୍ତ୍ରୀ ମନ୍ତବ୍ୟ ଦେଉଛନ୍ତି, ସେତେବେଳେ ଏହି ମାମଲାରେ ଜଣେ ପୂର୍ବତନ ମନ୍ତ୍ରୀ ଓ ବିଜେଡିର ଏସସି ଏସ୍ ଟି ସେଲ ଅଧ୍ୟକ୍ଷଙ୍କ ମନ୍ତବ୍ୟ କଣ ରାଜନୀତି ନୁହେଁ କି  ବୋଲି ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେହିଭଳି ବିଜେପି ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ମନ୍ତବ୍ୟ ଭିଡିଓ କିଭଳି ବାହାରକୁ ଗଲା ବୋଲି ପ୍ରଶ୍ନ ଉଠାଇଥିଲେ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବି କରିଥିଲେ ବାଚସ୍ପତି । ପରେ ଦିନ ୩ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରାଯାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.