ଧର୍ମଶାଳା ଆସନରୁ କିଷାନ ପଣ୍ଡାଙ୍କୁ କଂଗ୍ରେସରୁ ମିଳିଲାନି ଟିକେଟ୍, ସ୍ମୃତିରେଖା ପହିଙ୍କ ଟିକେଟ୍ ରହିଲା ବଳବତ୍ତର

Published By : Prameya-News7 Bureau | April 10, 2019 IST

ଭୁବନେଶ୍ବର ୧୦|୪ : ବଳବତ୍ତର ରହିଲା ସ୍ମୃତି ରେଖା ପହିଙ୍କ ଟିକେଟ୍ ।  ଯାଜପୁର ଧର୍ମଶାଳା ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ସ୍ମୃତି ରେଖା । କିଷାନ ପଣ୍ଡାଙ୍କୁ ମିଳିଲାନି ଟିକେଟ୍ । ଗତ ୭ତାରିଖ ଦିନ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ । ସେଥିରେ ଯାଜପୁର ଧର୍ମଶାଳାରୁ ସ୍ମୃତିରେଖା ପହିଙ୍କ ସ୍ଥାନରେ କିଶାନ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଟିକେଟ୍ କଟାଯିବାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟିଥିଲେ ସ୍ମୃତି ରେଖା । ନିରଞ୍ଜନଙ୍କ ଘର ଆଗରେ ଧାରଣ ଦେବା ସହ ଟିକେଟ୍ କଟିବାକୁ ନେଇ ଜବାବ ତଲବ କରିଥିଲେ ।

ସୂଚନାଯୋଗ୍ୟ ଯେ, ଧର୍ମଶାଳା ପ୍ରାର୍ଥୀ ସ୍ମୃତିରେଖା ପହି କଂଗ୍ରେସରୁ ଟିକେଟ୍‌ ପାଇ ନାମାଙ୍କନ ପତ୍ର ଦାଖଲ କରିସାରିଥିବାବେ​‌ଳେ କଂଗ୍ରେସ ତାଙ୍କ ବଦଳରେ କିଷାନ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ଯାହାକୁ କେନ୍ଦ୍ର କରି ପିସିସି ସଭାପତିଙ୍କ ବାସଭବନରେ ସ୍ମୃତିରେଖା ପହିଙ୍କ ସହିତ ତାଙ୍କ ସମର୍ଥକ ମାନେ ହୋହଲ୍ଲା ମଧ୍ୟ କରିଥିଲେ। ସ୍ମୃତିରେଖାଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରି କିଷାନ ପଣ୍ଡାଙ୍କ ସମର୍ଥକମାନେ ଅନଶନରେ ବସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.