Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବଦଳିଲେ ପଞ୍ଜାବ କଂଗ୍ରେସ ପ୍ରଭାରୀ, ହରିଶ ରାଓ୍ବତଙ୍କ ସ୍ଥାନ ନେଲେ ହରିଶ ଚୌଧୁରୀ

22/10/2021 at 8:54 PM

ଚଣ୍ଡିଗଡ଼ ୨୨/୧୦:  ରାଜସ୍ଥାନର କ୍ୟାବିନେଟ୍‌ ମନ୍ତ୍ରୀ ହରିଶ ଚୌଧୁରୀଙ୍କୁ ପଞ୍ଜାବ ଏବଂ ଚଣ୍ଡିଗଡ଼ ପାଇଁ ପ୍ରଭାରୀ ଦାୟିତ୍ବ ଦେଇଛି କଂଗ୍ରେସ । ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତଙ୍କ ସ୍ଥାନ ନେଲେ ହରିଶ ଚୌଧୁରୀ। କଂଗ୍ରେସ ରାଓ୍ବତଙ୍କୁ ଉଭୟ ସାଧାରଣ ସମ୍ପାଦକ ଏବଂ ପ୍ରଭାରୀ ପଦରୁ ମୁକ୍ତି ଦେଇଛି। ସେ ଏ​‌ବେ କେବଳ କଂଗ୍ରେସ କାର୍ଯ୍ୟ ସମିତିରେ ସଦସ୍ୟ ହୋଇ ରହିବେ।

କଂଗ୍ରେସର ସଙ୍ଗଠନ ମହାସଚିବ କେସି ବେଣୁଗୋପାଳଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରୁ ଜଣାପଡ଼ଛି, ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ  ହରିଶ ଚୌଧୁରୀଙ୍କୁ ନିଯୁକ୍ତ କରିଛନ୍ତି। ପଞ୍ଜାବ କଂଗ୍ରେସରେ ଚାଲିଥିବା ହଲଚଲ୍‌ ମଧ୍ୟରେ ପ୍ରଭାରୀ ପଦରୁ ମୁକ୍ତି ଚାହୁଁଥିଲେ ରାଓ୍ବତ। ଉତ୍ତରାଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଧ୍ୟାନ ଦେବା ପାଇଁ ପଞ୍ଜାବ କଂଗ୍ରେସ ପ୍ରଭାରୀ ପଦ ଛାଡ଼ିବାକୁ ହରିଶ ରାଓ୍ବତ ଚାହୁଁଥିଲେ। ପରେ ରାଓ୍ବତଙ୍କ ଦାବି ମାନି ନେଇଛନ୍ତି କଂଗ୍ରେସ ହାଇ କମାଣ୍ଡ।

ଅନ୍ୟପଟେ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ମଧ୍ୟରେ ତୁତୁମେଁମେଁ ଚାଲିଥିବା ବେଳେ ଅମରିନ୍ଦର ସିଂହଙ୍କ ନୂଆ ପାର୍ଟି ନେଇ ଘୋଷଣା କଂଗ୍ରେସର ଚିନ୍ତା ବଢ଼ାଇଛି। ଏହାରି ଭିତରେ ନୂଆ ପ୍ରଭାରୀ ହରିଶ ଚୌଧୁରୀଙ୍କ ରାସ୍ତା ସଫା ଥିଲା ଭଳି ମନେ ହେଉନାହିଁ ।   

   Related Posts