Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ବିହାର ନିର୍ବାଚନ: କଂଗ୍ରେସ ଜାରି କଲା ୩୦ ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା, ବାଦ୍ ପଡ଼ିଲେ କମଲନାଥ ଓ ଦିଗବିଜୟ ସିଂହ

11/10/2020 at 8:54 AM

ନୂଆଦିଲ୍ଲୀ ୧୧/୧୦: କରୋନା ସଙ୍କଟ କାଳରେ ବିହାର ରାଜନୀତି ଜୋର ଧରିଛି। ସମସ୍ତ ଦଳ ଭୋଟରଙ୍କୁ ହାତେଇବା ପାଇଁ ନିଜ ନିଜ ରଣନୀତିରେ ଲାଗିଛନ୍ତି। ଏନେଇ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ ହେବ। ଏହି କ୍ରମରେ ଗାନ୍ଧି ପରିବାର ମଧ୍ୟ ପ୍ରଚାର ପ୍ରସ୍ତୁତିରେ ଅଣ୍ଟା ଭିଡ଼ିଛି। ଶତ୍ରୁଘ୍ନ ସିହ୍ନା ଓ ରାଜ ବବ୍ବରଙ୍କ ଭଳି ପ୍ରସିଦ୍ଧ ନେତା-ଅଭିନେତାଙ୍କୁ ୩୦ ଜଣ ଷ୍ଟାର ପ୍ରଚାରକଙ୍କ ତାଲିକାରେ ସାମିଲ କରିଛି କଂଗ୍ରେସ। ତେବେ ଏଥିରୁ ବାଦ୍ ପଡ଼ିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଓ ଦିଗବିଜୟ ସିଂହ

ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)କୁ ପଠାଇଥିବା ବିଜ୍ଞପ୍ତିରେ ପାର୍ଟି ଅସନ୍ତୁଷ୍ଟ ନେତା ଗୁଲାମ ନବୀ ଆଜାଦ, ସଚିନ ପାଇଲଟ ଓ ସଞ୍ଜୟ ନିରୁପମଙ୍କୁ ମଧ୍ୟ ତିନି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି। କେବଳ ଏତିକି ନୁହେଁ ତାଲିକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନାଁ ମଧ୍ୟ ସାମିଲ ଅଛି।

ଷ୍ଟାର ପ୍ରଚାରକ ତାଲିକାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ମଧ୍ୟ ସ୍ଥାନ ମିଳିଛି। ତେବେ ତାଙ୍କ ବିରୋଧୀ ନବଜୋତ ସିଂହ ସିଦ୍ଧୁ ଏଥିରେ ବାଦ୍ ପଡ଼ିଛନ୍ତି। ଏହା ସହ ତାଲିକାରେ ତିନିଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସାମିଲ କରାଯାଇଛି।

କରୋନା ଯୋଗୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ନିର୍ବାଚନ ବେଳେ କୌଣସି ଫିଜିକାଲ ରାଲିକୁ ସମ୍ବୋନ୍ଧିତ କରିବେ ନାହିଁ। ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧି ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ଛଅଟି ରାଲି ସମ୍ବୋଧନ କରିବା ଆଶା ରହିଛି। ଦଳର ଜଣେ ବରିଷ୍ଠ ନେତା କହିଛନ୍ତି, ପ୍ରତ୍ୟେକ ପର୍ଯ୍ୟାୟରେ ଜଣେ ରାଲି ମହାମେଣ୍ଟର ସହଯୋଗୀ ଦଳ ସହିତ ସଂଯୁକ୍ତ ଭାବେ ରହିବ।

   Related Posts