ଦ୍ବିତୀୟ ପର୍ଯ୍ୟାୟରେ ଓଡିଶାର ୫୪ ବିଧାନସଭା ଓ ୨ ଲୋକସଭା ଆସନ ପାଇଁ ପ୍ରକାଶ ପାଇଲା କଂଗ୍ରେସର ପ୍ରାର୍ଥୀ ତାଲିକା

Published By : Prameya-News7 Bureau | March 23, 2019 IST

ଭୁବନେଶ୍ବର ୨୩|୩ :  କଂଗ୍ରେସର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।  ଓଡିଶାର ବଲାଙ୍ଗୀର ଓ କୋରାପୁଟ ଲୋକସଭା ସହ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଓଡିଶା ସମେତ ଛତିଶଗଡ, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତର ପ୍ରଦେଶର ୩୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ ପାଇଛି । ପୂର୍ବରୁ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଛି ।

ଜାଣନ୍ତୁ କେଉଁଠୁ ପ୍ରାର୍ଥୀ ହୋଇଛନ୍ତି କିଏ :

ବଲାଂଗୀର ଲୋକସଭା ଆସନରୁ ସମରେନ୍ଦ୍ର ମିଶ୍ର ଓ କୋରାପୁଟ ଲୋକସଭା ଆସନରୁ ସପ୍ତଗିରି ଉଲାକା ପ୍ରାର୍ଥୀ ହୋଇଛନ୍ତି ।

ବିଜେପୁର ବିଧାନସଭା ଆସନରୁ ରିପୁନାଥ ସେଠ, ଭଟଲିରୁ ସରୋଜ ମହାପାତ୍ର, ଝାରସୁଗୁଡ଼ାରୁ ମହେନ୍ଦ୍ର ନାୟକ, ତଲସରାରୁ ଡାକ୍ତର ପ୍ରଫୁଲ୍ଲ ମାଝୀ, ସୁନ୍ଦରଗଡ଼ରୁ ଅମିତା ବିଶ୍ବାଳ, ରଘୁନାଥପଲ୍ଲୀରୁ ପ୍ରଶାନ୍ତ ସେଠି, ରାଉରକେଲାରୁ ମୁକ୍ତିକାନ୍ତ ବିଶ୍ବାଳ, କୁଚିଣ୍ଡାରୁ ଶୋଭରାମ ପ୍ରଧାନ, ରେଙ୍ଗାଲିରୁ ବାଳକୃଷ୍ଣ ରୋହିଦାସ, ସମ୍ବଲପୁରରୁ ଅଶ୍ବିନୀ କୁମାର ଗୁରୁ, ରେଢ଼ାଖୋଲରୁ ଅସଫ ଅଲ୍ଲୀ ଖାନ ପ୍ରାର୍ଥୀ ହୋଇଛନ୍ତି ।

ସେହିପରି ଦେବଗଡରୁ ଉମାଶଙ୍କର ସାହୁ, ଆନନ୍ଦପୁରରୁ ଜୟଦେବ ଜେନା, କେନ୍ଦୁଝରରୁ ବିଦ୍ୟାଧର ଦେହୁରୀ, ଚମ୍ପୁଆରୁ ଯଦୁମଣି ବାରିକ, କରଞ୍ଜିଆରୁ ସୁଦାମ ଚରଣ ନାୟକ, ଜଳେଶ୍ବରରୁ ସୁଦର୍ଶନ ଦାସ, ନୀଳଗିରିରୁ ମନୋଜମଞ୍ଜରୀ ଦେବୀ, କୋରେଇରୁ ବନ୍ଦିତା ପରିଡା, ଢେଙ୍କାନାଳରୁ ନବୀନ ନନ୍ଦ, ପାଲଲହଡାରୁ ସୁବ୍ରତ ଗଡନାଏକ, ତାଳଚେରରୁ ସୁରେଶ ଚନ୍ଦ୍ର ବେହେରା, ଅନୁଗୁଳରୁ ବିପ୍ଳବ ଜେନା, ଛେଣ୍ଡିପଦାରୁ ସସ୍ମିତା ବେହେରା, ଆଠମଲ୍ଲିକରୁ ବିଜୟାନନ୍ଦ ଛୋଲିୟା, ସୋନପୁରରୁ ଚିତ୍ତରଞ୍ଜନ ମିଶ୍ର, ଲୋଇସିଙ୍ଗାରୁ ନବ କିଶୋର ନାୟକ, ଟିଟିଲାଗଡ଼ରୁ ସୁରେନ୍ଦ୍ର ସିଂହ ଭୋଇ, କଣ୍ଟାବାଞ୍ଝିରୁ ସନ୍ତୋଷ ସିଂହ ସାଲୁଜା, ଉମରକୋଟରୁ ଯଶୋଦା ରାଣୀ ଗଣ୍ଡ ଓ ଜୁନାଗଡ଼ରୁ ଅନିଲ ସିଂହ ଦେଓ ପ୍ରାର୍ଥୀ ହୋଇଛନ୍ତି ।

ସେହିପରି ଭାବାନୀପାଟଣାରୁ ସାଗର ଚରଣ ଦାସ, ନର୍ଲାରୁ ଚିତ୍ତରଞ୍ଜନ ମଣ୍ଡଳ, ବାଙ୍କୀରୁ ଦେବାଶିଷ ପଟନାୟକ, ଆଠଗଡ଼ରୁ ଉମା ବଲ୍ଲଭ ରଥ, ବାରବାଟୀ କଟକରୁ ମହମ୍ମଦ ମୁକିମ, କଟକ ସଦରରୁ ରତ୍ନାକର ବେହେରା, କେନ୍ଦ୍ରାପଡ଼ାରୁ ଗଣେଶ୍ବର ବେହେରା, ଆଳିରୁ ଦେବେନ୍ଦ୍ର ଶର୍ମା, ରାଜନଗରରୁ ଅଂଶୁମାନ ମହାନ୍ତି, ଜଗତସିଂହପୁରରୁ ଚିରଞ୍ଜିବୀ ବିଶ୍ବାଳ, କାକଟପୁରରୁ ବିଶ୍ବ ଭୂଷଣ ଦାସ, ବ୍ରହ୍ମଗିରିରୁ ଉମାକାନ୍ତ ବରାଳ, ସତ୍ୟବାଦୀରୁ ପ୍ରସାଦ ହରିଚନ୍ଦନ ପ୍ରାର୍ଥୀ ହୋଇଛନ୍ତି ।

ସେହିପରି ଏକାମ୍ର ଭୁବନେଶ୍ବରରୁ ରଶ୍ମିରେଖା ମହାପାତ୍ର, ଜଟଣୀରୁ ସୁରେଶ କୁମାର ରାଉତରାୟ, ରଣପୁରରୁ ଶୁଭଶ୍ରୀ ପଣ୍ଡା, ଖଲ୍ଲିକୋଟରୁ ଭୋକଳି ସେଠୀ, ସୋରଡାରୁ ସଂଗ୍ରାମ ମହାନ୍ତି, ଦିଗପହଣ୍ଡିରୁ ପ୍ରଫୁଲ୍ଲ ପଣ୍ଡାଙ୍କୁ ପ୍ରାର୍ଥୀ କରାଯାଇଛି । ପରଳାଖେମୁଣ୍ଡିରୁ କେ.ସୂର୍ଯ୍ୟ ରାଓ, ରାୟଗଡାରୁ ଆପ୍ପାଲସ୍ବାମୀ କାଡ୍ରାକା, ଲକ୍ଷ୍ମୀପୁରରୁ କୈଳାଶ କୁଲେସିକା ଓ କୋଟପାଡ଼ରୁ ଚନ୍ଦ୍ରଶେଖର ମାଝୀ ପ୍ରମୁଖ ପ୍ରାର୍ଥୀ ହୋଇଛନ୍ତି ।

{"id":95878}
{"id":95879}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.