କଂଗ୍ରେସ ପ୍ରାର୍ଥୀ ତାଲିକା: ୭ ଲୋକସଭାରୁ ୫ ନୂଆଁ ମୁହଁ, ୨୦ ବିଧାନସଭାରୁ ୧୭ ନୂଆଁ ମୁହଁ, ତିନିଜଣ କଂଗ୍ରେସ ନେତାଙ୍କ ପୁଅ ଓ ଝିଅ ହେଲେ ପ୍ରାର୍ଥୀ

Published By : Prameya-News7 Bureau | March 29, 2019 IST

ଭୁବନେଶ୍ବର୨୯|୩: ରାଜ୍ୟର ୭ ଲୋକସଭା ଏବଂ ୨୦ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ଲୋକସଭାରେ ୫ ଜଣ ନୂଆ ଫେସ ଦେଇଥିବାବେଳେ ୨ଜଣ ପୁରୁଣା ମୁହଁଙ୍କୁ ରିପିଟ କରିଛି। ୫ନୁଆ ମୁହଁଙ୍କ ଭିତରେ ତିନିଜଣ କଂଗ୍ରେସ ନେତାଙ୍କ ପୁଅ ଓ ଝିଅ ପ୍ରାର୍ଥୀ ହୋଇଛନ୍ତି। ଏପଟେ ବିଧାନସଭାରେ ୨୦ ପ୍ରାର୍ଥୀଙ୍କ ମଧ୍ୟରୁ ୧୭ ନୂଆ ମୁହଁ ଦେଇଛି କଂଗ୍ରେସ। ତିନି ଜଣଙ୍କୁ ରିପିଟ କରିଛି କଂଗ୍ରେସ। ଅଧାରୁ ଅଧିକ ସ୍ଥାନରେ ଯୁବ ନେତୃତ୍ବକୁ ସୁଯୋଗ ଦେଇଛି କଂଗ୍ରେସ…

{"id":98258}

ବିଜେଡି ରାସ୍ତାରେ କଂଗ୍ରେସ। ବାପାଙ୍କ ବଦଳରେ ପୁଅ ଓ ଝିଅକୁ ମିଳିଲା ଟିକେଟ। ଦ୍ବିତୀୟ ପିଢ଼ୀଙ୍କୁ ସମ୍ନାଙ୍କୁ ଆଣିଲା କଂଗ୍ରେସ। ବାଲେଶ୍ବର ଲୋକସଭା ଆସନରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ, ଅନନ୍ତ ସେଠୀଙ୍କ ଝିଅ ମଧୁମିତା ସେଠୀଙ୍କୁ ଭଦ୍ରକ ଲୋକସଭାରେ ପ୍ରାର୍ଥୀ କରିଛି କଂଗ୍ରେସ।

{"id":98259}

ଜଗତସିଂହପରରୁ କଂଗ୍ରେସର ପୂର୍ବତନ ମନ୍ତ୍ରୀ ଲକ୍ଷ୍ମଣ ମଲ୍ଲିକଙ୍କ ଝିଅ  ପ୍ରତିମା  ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ପୁରୀରୁ ସତ୍ୟ ନାୟକଙ୍କୁ କଂଗ୍ରେସ ଟିକେଟ୍‌ ଦେଇଛି। ସେହପରି ଢ଼େଙ୍ଗାନାଳରୁ କେପି ସିଂହ ଦେଓ ଏବଂ କେନ୍ଦ୍ରପଡାରୁ ଧରଣୀଧର ନାୟକଙ୍କୁ ଦଳ ଭରଷା କରିଛି।

{"id":98260}

୨୦ ବିଧାନସଭା ଆସନରୁ ୧୭ଜଣଙ୍କୁ ନୂଆ ମୁହଁ ଭାବେ ଟିକେଟ୍ ଦେଇଛି କଂଗ୍ରେସ । ଭୋଗରାଇରୁ ସତ୍ୟଶିବ ଦାସ, ସୁକିନ୍ଦାରୁ ଶରତ ରାଉତ ଏବଂ ପାଟକୁରାରେ ଜୟନ୍ତ ମହାନ୍ତିଙ୍କୁ ରିପିଟ କରିଛି ଦଳ । ପରଜଙ୍ଗରେ ୨୦୧୪ରେ ପ୍ରାର୍ଥୀ ହୋଇଥିବା  ସନ୍ତୋଷ ରାଉତଙ୍କ ପତ୍ନୀ ଯଶଶ୍ବିନୀ ରାଉତଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ପୂର୍ବତନ ସାଂସଦ ବିଭୁ ତରାଇକୁ ଏଥର ତିର୍ତ୍ତୋଲ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି । ‌

{"id":98261}

ଏହାକୁ ଛାଡି ବାକି ଆସନରେ ନୂଆ ଫେସ ଦେଇଛି କଂଗ୍ରେସ। ପୁରୀ ବିଧାନସଭା​ ପାଇଁ ଯୁବନେତା ଅରୋ ପ୍ରସାଦ ମିଶ୍ର,ତେଲକୋଇରୁ ମୋହନ ହେମ୍ରମ୍ବ, ପାଟଣାରୁ ଗୋପେଶ୍ବର ନାୟକ, ଯଶୀପୁରରୁ ମହେନ୍ଦ୍ର ନାୟକ, ଉଦଳାରୁ ବେଣୁଧର ମହାପାତ୍ର, ବାରିପଦାରୁ ଦାସରଥୀ ସିଂ, ବସ୍ତାରୁ ବିଜନ ନାୟକ, ରେମୁଣାରୁ ପ୍ରତାପ ସେଠୀ, ବାସୁଦେବପୁରରୁ ଅଶୋକ କୁମାର ଦାସ, ଧାମନଗରରୁ ବିଦ୍ୟାଧର ଜେନା, ବିଞ୍ଝାରପୁରରୁ ମନୋରଞ୍ଜନ ଦାସ, ବରି ଉମେଶ ଜେନା, ନିଆଳିରୁ ମମତା ଭୋଇ, ମାହାଙ୍ଗାରୁ ଦେବେନ୍ଦ୍ର ସାହୁ ଓ ନୟାଗଡରୁ ମନୋଜ ମିଶ୍ରଙ୍କୁ ଟିକେଟ୍‌ ଦେଇଛି ଦଳ ।

{"id":98262}

ଏବେ ସୁଦ୍ଧା କଂଗ୍ରେସ ୩ଟି ଲୋକସଭା ଏବଂ ୨୬ଟି ବିଧାନସଭା ନେଇ ପ୍ରାର୍ଥୀ ଘୋଷଣା କରିନାହିଁ। ଖୁବଶିଘ୍ର ବାକି ଆସନରେ ପ୍ରାର୍ଥୀ ଘୋଷଣା ହେବ ବୋଲି ଆଶା କରାଯାଉଛି ।

{"id":98263}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.