କଂଗ୍ରେସ ୱାର୍କିଂ କମିଟି ବୈଠକରେ କାଟ୍ ଖାଇଲା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଇସ୍ତଫା ପ୍ରସ୍ତାବ : ପାଲଟା ସିଡବ୍ଲୁସିର ପୁନର୍ଗଠନ ପାଇଁ ମିଳିଲା ପୂର୍ଣ୍ଣ ଅଧିକାର

Published By : Prameya-News7 Bureau | May 26, 2019 IST

ନୂଆଦିଲ୍ଲୀ ୨୬/୫: ୧୯ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ସଭାପତି ପଦରୁ ରାହୁଲଙ୍କ ଇସ୍ତଫାକୁ ନେଇ ଜାତୀୟ ଗଣମଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଥିଲା । ହେଲେ ଶନିବାର  ସି.ଡବ୍ଲ୍ୟୁ.ସି ବୈଠକରେ ରାହୁଲ ଗାନ୍ଧୀଙ୍କ ଏହି ପ୍ରସ୍ତାବ କାଟ୍ ଖାଇଛି । ଏଥି ସହ କଂଗ୍ରେସର ଏଭଳି ବିପର୍ଯ୍ୟୟର କାରଣ ନେଇ ସି.ଡବ୍ଲ୍ୟ.ସି ବୈଠକରେ ପ୍ରାଥମିକ ଭାବେ ଆଲୋଚନା ହୋଇଛି।

ଏଥର ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟର ସବୁ ଦୋଷ ନିଜ ମୁଣ୍ଡକୁ ନେଇ ସଭାପତି ପଦ ଛାଡ଼ିବାକୁ ରାହୁଲ ଯେଉଁ ପ୍ରସ୍ତାବ ଦେଇଥିଲେ ସେଥିରେ ରାଜି ହୋଇନି ସିଡବ୍ଲୁସି । ପାଲଟା କଂଗ୍ରେସ କମିଟିର ପୁନର୍ଗଠନ କରିବାକୁ ରାହୁଲ୍ ଗାନ୍ଧିଙ୍କୁ ଦିଆଯାଇଛି ପୂର୍ଣ୍ଣ ଅଧିକାର । ଏତେ ବଡ଼ ଆଉ ଏତେ ପୁରୁଣା ରାଜନୈତିକ ପାର୍ଟିର ଏଭଳି ନୈରାସ୍ୟଜନକ ପ୍ରଦର୍ଶନକୁ ନେଇ ପ୍ରାଥମିକ ଆଲୋଚନା ହୋଇଛି ।

ବିଜେପିକୁ ରୋକିବାର କଂଗ୍ରେସର ସବୁ ପ୍ରୟାସ ଫେଲ୍ ମାରିଲା । ଏମିତିକି କିଛି ଦିନ ତଳେ ତିନି ତିନିଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ଜିତି କଂଗ୍ରେସ ସରକାର ଗଢ଼ିଥିଲେ ମଧ୍ୟ ଏସବୁ ରାଜ୍ୟରେ ଲୋକସଭା ଆସନ କବ୍ଜା କରିବାରେ ବିଫଳ ହେଲା ।  ଏଭଳି ପରିସ୍ଥିତିରେ କର୍ଣ୍ଣାଟକ ରାଜ୍ୟସଭାପତି, ଉତ୍ତର ପ୍ରଦେଶ ସଭାପତି ଏବଂ ଓଡ଼ିଶା ସଭାପତି ନିଜ ମୁଣ୍ଡକୁ ଦୋଷ ନେଇ ଜଣକ ପରେ ଜଣେ ଇସ୍ତଫା ଦେବାରେ ଲାଗିଛନ୍ତି ।

ସାରା ଦେଶରେ କଂଗ୍ରେସର ଏଭଳି ବିପର୍ଯ୍ୟୟକୁ ନେଇ ଆଜି ବସିଥିବା ସିଡବ୍ଲୁସି ବୈଠକରେ ୟୁପିଏ ଚେୟାରପର୍ସନ ସୋନିଆ ଗାନ୍ଧିଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଅହମ୍ମଦ ପଟେଲ, କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.