ସିଜେଆଇଙ୍କ ବିରୋଧରେ ମହାଭିଯୋଗ ନୋଟିସକୁ ଅଗ୍ରାହ୍ୟ କରିବା ନିଷ୍ପତ୍ତିକୁ କଂଗ୍ରେସ ସମାଲୋଚନା
23/04/2018 at 9:35 AM

ସିଜେଆଇ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ନୋଟିସକୁ ଉପରାଷ୍ଟ୍ରପତି ଅଗ୍ରାହ୍ୟ କରିବା ନିଷ୍ପତ୍ତିକୁ କଂଗ୍ରେସ ସମାଲୋଚନା କରିଛି। ରାଜ୍ୟସଭା ଚେୟାରମ୍ୟାନ ମହାଭିଯୋଗ ନୋଟିସ୍ ଉପରେ ବିଚାର ପାଇଁ ତାଙ୍କ ପାଖରେ କ୍ଷମତା ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ରଣଦୀପ ସୁର୍ଜେୱାଲା। ରାଜ୍ୟସଭା ଚେୟାରମ୍ୟାନଙ୍କ ପାଖରେ କୌଣସି ନ୍ୟାୟିକ କିମ୍ବା ପ୍ରଶାସନିକ କ୍ଷମତା ନଥିବାରୁ ଭେଙ୍କୟା ନାଇଡୁଙ୍କ ନିଷ୍ପତ୍ତି ନେଇ ପ୍ରଶ୍ନ କରିଛି କଂଗ୍ରେସ। ସିଜେଆଇ ଦୀପକ ମିଶ୍ରଙ୍କ ବିରୋଧରେ ଆଗତ ସବୁ ଅଭିଯୋଗକୁ ଯଦି ତଦନ୍ତ କମିଟି ଆଗରେ ପ୍ରମାଣ କରିବାକୁ ହେବ ତେବେ ସମ୍ବିଧାନ ଓବିଚାରପତି ତଦନ୍ତ ଆକ୍ଟରେ କୌଣସି ମାନେ ରହିବନି ବୋଲି କହିଛନ୍ତି ସୁର୍ଜୱାଲା।
Related Posts
ପୁନର୍ଗଠିତ ହେଲା ଭଦ୍ରକ ଜିଲ୍ଲା କ୍ରିକେଟ ଆସୋସିଏସନ
25 February 2021
ପାଣି ପାଇଁ ରାସ୍ତାରେ ବସିଲେ ମହିଳା, ଅଟକିଲା ଶହ ଶହ ଗାଡି
25 February 2021