Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ
  • ||
  • ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ
  • ||
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

ଦେଶରେ ମହଙ୍ଗା ହେଲା ଖାଦ୍ୟ ତୈଳ, କଂଗ୍ରେସର ତୀବ୍ର ପ୍ରତିକ୍ରିୟା

4/11/2020 at 4:28 PM

ନୂଆଦିଲ୍ଲୀ ୪।୧୧: ଦେଶରେ ଏବେ ଉତ୍ସବ ସମୟ। ଆଗକୁ ଦିପାବଳୀ ସମେତ ହିନ୍ଦୁ ପର୍ବପର୍ବାଣୀ ଧାଡ଼ିହୋଇଥିବା ବେଳେ ଅଚାନକ ଖାଦ୍ୟ ତୈଳ ଦର ବୃଦ୍ଧି ହୋଇଛି। ଲିଟର ୮୦ଟଙ୍କାରେ ବିକ୍ରି ହେଉଥିବା ନିତ୍ୟବ୍ୟବହାର୍ଯ୍ୟ ସୋରିଷ ତେଲ ୧୨୦ ଟଙ୍କାରେ ପହଞ୍ଚିଥିବା ବେଳେ ଅନ୍ୟ ଖାଦ୍ୟ ତୈଳ କଥା ସହଜରେ ଅନୁମାନ କରାଯାଇପାରେ। ସରକାର ଏପର୍ଯ୍ୟନ୍ତ ପନିପରିବା ଦର ନିୟନ୍ତ୍ରିତ କରିପାରିନାହାନ୍ତି। ଏଥିରେ ଖାଦ୍ୟତୈଳ ମହଙ୍ଗା ହେବା ଯୋଗୁ ବିରୋଧୀ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। 

କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ୍‌ ଏକ ସାମ୍ବାଦିକ ସମ୍ମିଳନୀରେ ଖାଦ୍ୟ ତୈଳ ଦର ବୃଦ୍ଧିକୁ ବିରୋଧ କରିଛନ୍ତି। ପାର୍ବଣ ଋତୁରେ ଖାଦ୍ୟ ତୈଳ ମହଙ୍ଗା ହେବା ସିଧା ଗ୍ରାହକଙ୍କୁ ଶୋଷଣ ବୋଲି କହିଛନ୍ତି ଶ୍ରୀନେତ। ଦେଶରେ ସୁଲଭ ଦରରେ ଖାଦ୍ୟସାମଗ୍ରୀ ଉପଲବ୍ଧତା ସାଙ୍ଗକୁ ଚାଷୀଙ୍କ ଆୟବୃଦ୍ଧି ସରକାରଙ୍କ ଦାୟିତ୍ୱ। ହେଲେ ସରକାର ତାଙ୍କ କର୍ତ୍ତବ୍ୟରୁ ପଳାୟନ କରୁଥିବା ଶ୍ରୀନେତ୍ ଅଭିଯୋଗ କରିଛନ୍ତି। ଦେଶରେ ଏବେ ଚାଷୀ, ଖାଉଟି ସମସ୍ତେ ଶୋଷିତ। ସରକାର କେବଳ ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ସେ କହିଛନ୍ତି।

ରୋଷେଇରେ ତେଲ ନିତ୍ୟାନ୍ତ ଆବଶ୍ୟକ। ସାଧାରଣ ଲୋକେ ତେଲ ଟୋପାଏ ଲାଗି ଶହଶହ ଟଙ୍କା ଖର୍ଚ୍ଚ କରିବେ ନିଜେ ସରକାର ଏହାକୁ ଗ୍ରହଣ କରିପାରୁଛନ୍ତି କି ବୋଲି ଶ୍ରୀନେତ ପ୍ରଶ୍ନ କରିଛନ୍ତି। ଏଣୁ ଦେଶରେ ଖାଦ୍ୟ ସାମଗ୍ରୀ ସୁଲଭ କରିବା ଲାଗି ସରକାର ନୀତି ଓ ନିୟମ ନିର୍ଦ୍ଧାରଣ କରିବା ଦରକାର । ହେଲେ ବିଜେପି ସରକାର ଏବାବଦେ ଅଜ୍ଞ ହୋଇଥିବାରୁ ସାଧାରଣ ନାଗରିକଙ୍କ ସମସ୍ୟା ବହୁଗୁଣିତ ହେଉଥିବା ଶ୍ରୀନେତ ଅଭିଯୋଗ କରିଛନ୍ତି।

   Related Posts