Sunday, January 20, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋରାପୁଟରେ ଧାନର ଅଭାବୀ ବିକ୍ରି: ମଣ୍ଡି ଅଚଳାବସ୍ଥାକୁ ନେଇ କଂଗ୍ରେସର ରାସ୍ତା ରୋକ

କୋରାପୁଟ୧୩|୧୨: କୋରାପୁଟରେ  ମଣ୍ଡିଖୋଲିବାର ମାସେରୁ ଅଧିକ ସମୟ ହେଲାଣି ।ତଥାପିଧାନର ଏଫ୍.ଏ.କ୍ୟୁମାନକୁ ନେଇ ଲାଗି ରହିଛିଅଚଳାବସ୍ଥା । ଏଫ୍.ଏ.କ୍ୟୁ ମାନନଥିବା କହି ମିଲର ଚାଷୀଙ୍କ ଠାରୁଧାନ କିଣୁନାହାଁନ୍ତି । ଅଭାବୀ ବିକ୍ରିର  ଶିକାରହେଉଛି ଚାଷୀ । ପ୍ରଶାସନ  ସମସ୍ୟାର ସମାଧାନ କରିବାରେ ଫେଲମାରିଛି । ପ୍ରତିବାଦରେ ଜୟପୁରରେ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ଧାରଣାଦେଇଛି କଂଗ୍ରେସ । ଆଗକୁଏହି ପ୍ରସଂଗରେ ଜିଲ୍ଲା ସ୍ତରରେ ଜୋରଦାର ଆନ୍ଦୋଳନ କରିବ ବୋଲି ଚେତାବନୀ ବି ଦେଇଛି ଦଳ । 

ମଣ୍ଡିଅଚଳାବସ୍ଥାକୁ ନେଇ କଂଗ୍ରେସର ରାସ୍ତାରୋକ । ଜୟପୁରଦେଇ ଯାଇ ଥିବା ୨୬ ନମ୍ବର  ଜାତୀୟରାଜପଥକୁ ଅବରୋଧ କରିଛି କଂଗ୍ରେସ ।    ଉଭୟକେନ୍ଦ୍ର ଓ ରାଜ୍ୟ ସରକାରଙ୍କବିରୋଧରେ ଚାଲିଛି ନାରାବାଜି । ଧାରଣାରେବସିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମେତ ପୂର୍ବତନ ବିଧାୟକନିମାଇଁ ସରକାର ଓ ଜିଲ୍ଲାକାର୍ଯ୍ୟକାରିଣୀ ସଭାପତି ରୁପକ ତୁରୁକ ।ରାସ୍ତା ରୋକ ଯୋଗୁଁ ଉଭୟପାର୍ଶ୍ବରେ ଅଟକିଛି ଶହ ଶହ ଗାଡି। ଏଫ୍.ଏ.କ୍ୟୁମାନକୁ ଆଳ କରି ମିଲରଧାନ କିଣୁନାହାଁନ୍ତି ।ଫଳରେସାଧାରଣ ଚାଷୀଙ୍କ ଧାନ ଶୀତ କାକରରେମଣ୍ଡିରେ ପଡି ରହିଛି ।ଶାଗ ମାଛ ଦରରେ ଧାନ ବିକୁବାକୁବାଧ୍ୟ ହେଉଛନ୍ତି ଚାଷୀ । ସେପଟେ ସମସ୍ୟାର ସମାଧାନ ଦିଗରେ  ଫେଲମାରିଛି ପ୍ରଶାସନ । ମଣ୍ଡିଅଚଳାବସ୍ଥା ତୁରନ୍ତ ସମାଧାନ ନହେଲେ କଂଗ୍ରେସ ପୁରା ଜିଲ୍ଲାରେ ଆନ୍ଦୋଳନକରିବ ବୋଲି ଚେତାବନୀ ଦେଇଛି। 

ଜାତୀୟ ରାଜପଥ ଅବରୋଧ ଯୋଗୁ  ସାଧାରଣ ଲୋକ ନାହିଁଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । କେବଳ ଜୟପୁର ନୁହେଁ ବୋରିଗୁମ୍ମାର ୧୫ଟି ପଂଚାୟତରେ ବି ଚାଷୀ ମାନେ ଆଜି ବନ୍ଦ ପାଳନ କରିଛନ୍ତି ।  ପ୍ରଶାସନ ବିଭିନ୍ନ ମଣ୍ଡିରେ ଉଭୟ ଚାଷୀ ଓ ମିଲରଙ୍କ ସହ ଆଲୋଚନା କରିଛି । ହେଲେ କିଛି ସୁଫଳ ମିଳିନି । ପ୍ରଶାସନ ଚାଷୀଙ୍କ ସ୍ବାର୍ଥ କମ୍ ମିଲରଙ୍କ ସ୍ବାର୍ଥ ବେଶୀ ଦେଖୁଥିବା ଅଭିଯୋଗ ହୋଇଛି ।

166 Views

   You May Also Like