ରାସ୍ତାରେ ତୈଳ ତାତି : କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ମାର୍ଚ୍ଚ

Published By : Prameya-News7 Bureau | September 10, 2018 IST

ଦିଲ୍ଲୀ ୧୦/୯ : ତେଲ ଦରକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ମାର୍ଚ୍ଚ ଆରମ୍ଭ ହୋଇଛି । ରାଜଘାଟରୁ ରାମଲୀଳା ମଇଦାନ ପର୍ଯ୍ୟନ୍ତ ଶୋଭାଯାତ୍ରା ଆରମ୍ଭ ହୋଇଛି । ଏଥିରେ ସୋନିଆ ଗାନ୍ଧୀଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତାଙ୍କ ସହ ଅନ୍ୟ ବିରୋଧୀ ଦଳ ମଧ୍ୟ ସାମିଲ ହୋଇଛନ୍ତି । ରାଜଘାଟରେ ମହାତ୍ମାଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଦେବା ସହ ରାହୁଲ କୈଳାସ ମାନସରୋବର ହ୍ରଦର ପାଣି ଢାଳିଛନ୍ତି । ଏହାପରେ ଶୋଭାଯାତ୍ରା ଆରମ୍ଭ ହୋଇଛି । ବିରୋଧୀ ଦଳର ଏହି ଶୋଭାଯାତ୍ରାର ନେତୃତ୍ବ ନେଉଛନ୍ତି ସୋନିଆ ଗାନ୍ଧି । ଭାରତ ବନ୍ଦକୁ ଆଖି ଆଗରେ ରଖି ବହୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି | ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିବା ପାଇଁ ପୋଲିସ କମିଶନର ମଧ୍ୟ ନିର୍ଦେଶ ଦେଇଛନ୍ତି | ବିଧାନସଭା ଲାଗି କମିଶନରେଟ ପୋଲିସର ଖାସ ବନ୍ଦୋବସ୍ତ କରାଯାଇଥିବା କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.