ପିଏମ୍ କେୟାର୍ ଫଣ୍ଡକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ଟାର୍ଗେଟ୍: ରାହୁଲ କହିଲେ-'ସ୍ୱଚ୍ଛତାକୁ ଆଖିଠାର'

Published By : Prameya-News7 Bureau | December 17, 2020 IST

ନୂଆଦିଲ୍ଲୀ ୧୭/୧୨ : କରୋନା କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପିଏମ କେୟାର ଫଣ୍ଡର ପାରଦର୍ଶିତା ଉପରେ ପ୍ରଶ୍ନ ଉଠିଛି। ଗୁରୁବାର ଦିନ କଂଗ୍ରେସ ପିଏମ କେୟାର ଫଣ୍ଡକୁ ଆସିଥିବା ବିଦେଶୀ ଅନୁଦାନକୁ ନେଇ ପ୍ରଶ୍ନ ଛିଡା କରିଥିଲା। ରାହୁଲ ଗାନ୍ଧୀ କଂଗ୍ରେସର ମୁଖ ପତ୍ର ନ୍ୟାସନାଲ ହେରାଲ୍ଡ ଖବରର ଏକ ସ୍କ୍ରୀନସର୍ଟ ସେୟାର କରି ଲେଖିଛନ୍ତି- 'ପିଏମ କେୟାର-ପାରଦର୍ଶିତାକୁ ନମସ୍କାର'

ରାହୁଲ ଯେଉଁ ଖବର ସେୟାର କରିଥିଲେ ସେଥିରେ ଦାବି କରାଯାଇଛି ଯେ ପିଏମ୍ କେୟାର ଫଣ୍ଡ ସନ୍ଦେହଜଣକ। ସରକାର ଏନେଇ ସ୍ପଷ୍ଟ ନୁହନ୍ତି ଯେ ଏହା ସରକାରୀ ଫଣ୍ଡ ନା କାହାର ବ୍ୟକ୍ତିଗତ ସମ୍ପତ୍ତି। ଏପଟେ ଗୁରୁବାର ଦିନ କଂଗ୍ରେସ ମଧ୍ୟ ପିଏମ କେୟାର ଫଣ୍ଡକୁ ନେଇ ପ୍ରଶ୍ନ କରିଛି।

କଂଗ୍ରେସ ବୁଧବାର ଦିନ ପିଏମ କେୟାର ଫଣ୍ଡକୁ ନେଇ ସରକାରଙ୍କୁ ଟାର୍ଗେଟ କରିଥିଲା ଏବଂ କହିଥିଲା ଯେ ଫଣ୍ଡକୁ ଆସିଥିବା ବିଦେଶୀ ଅନୁଦାନର ଯାଞ୍ଚ ହେବା ଆବଶ୍ୟକ। କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେୱାଲା କହିଛନ୍ତି ଯେ ତାଙ୍କୁ ଜବାବ ଦରକାର ଏବଂ ପିଏମ୍ କେୟାର୍ ଫଣ୍ଡକୁ ଆସିଥିବା ଟଙ୍କାର ବିବରଣୀ ସାର୍ବଜନିକ କରାଯିବା ଉଚିତ।

ସେ ଟ୍ୱିଟ କରି କହିଛନ୍ତି, 'ଚୀନ, ପାକିସ୍ତାନ ଓ କତାରରୁ ପିଏମ କେୟାରକୁ ଟଙ୍କା ଆସିଥିବା ମାମଲା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ଯେ ଭାରତୀୟ ଦୂତାବାସ ପିଏମ କେୟାରର ପ୍ରଚାର କାହିଁକି କରିଛି ଏବଂ ଅନୁଦାନ କାହିଁକି ଗ୍ରହଣ କରିଛି ? ପ୍ରତିବନ୍ଧିତ ଚାଇନା ଆପରେ ଏହି କୋଷର ପ୍ରଚାର କାହିଁକି କରାଯାଇଛି ?'

ରଣଦୀପ ସୁରଜେୱାଲା ପ୍ରଶ୍ନ କରିଛନ୍ତି ଯେ 'ପାକିସ୍ତାନ ଓ କତାରରୁ କେତେ ଟଙ୍କା ଆସିଛି ଏବଂ ଏହି ଅନୁଦାନ କିଏ ଦେଇଛି ? ଏହି କୋଷକୁ ବିଦେଶୀ ଅନୁଦାନ ନିୟମ ଅଧିନିୟମ (ଏଫସିଆରଏ) ରୁ ଅଲଗା କାହିଁକି ରଖାଯାଇଛି ? ଏହି ନିୟମ ବାହାରେ ରହିଥିବା ଭାରତ ଏକମାତ୍ର ରାଷ୍ଟ୍ର ନୁହେଁ କି ?'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.