ବିରୋଧୀ ଦଳ ନେତା କିଏ ହେବ ବାଚସ୍ପତି ଘୋଷଣା ନକରି କେମିତି ସମ୍ବୋଧନ କଲେ, ଗୃହ ଥରାଇଲା କଂଗ୍ରେସ

Published By : Prameya-News7 Bureau | June 25, 2019 IST

ଭୁବନେଶ୍ବର୨୫|୬: ବିରୋଧୀ ଦଳ ନେତା ଘୋଷଣା ନହେବାକୁ ନେଇ ବିଧାନସଭାରେ ହୋହଲ୍ଲା ନାରାବାଜି । ଆରମ୍ଭରୁ ବିଜେପି ମୁଖ୍ୟ ବିରୋଧୀ ଦଳ ମାନ୍ୟତା ପାଇଥିଲେ ବି କଂଗ୍ରେସ ଆଜି ପତିଆାରା ଜାହିର କରିଛି । ବିରୋଧୀ ଦଳ ନେତା କିଏ ହେବ ବାଚସ୍ପତି ଘୋଷଣା ନକରି କେମିତି ସମ୍ବୋଧନ କଲେ ତାକୁ ​ ଗଣ୍ଠି କରି ବିଜେଡି ଓ ବିଜେପିକୁ ଟାର୍ଗେଟ କରିଥିଲା କଂଗ୍ରେସ । ବାଚସ୍ପତିଙ୍କ ଦାୟିତ୍ବ ବୋଲି କହି ପ୍ରସଙ୍ଗରୁ ଦୂରେଇଛନ୍ତି ବିଜେଡି ବିଜେପି।

{"id":127146}

ପ୍ରଥମରେ ଟେନ୍‌ସନ ଦେଲେ ନବଗ୍ରହ । ବିଜେପି ୨୩ କଂଗ୍ରେସ ୯ କିନ୍ତୁ ପ୍ରଥମ ଦିନରୁ ଗୃହକୁ ଉଠାପକା କଲେ କଂଗ୍ରେସ ସଦସ୍ୟ । ସତେଯେମିତି ମୁଖ୍ୟ ବିରୋଧୀ ହେବା ନେଇ ବିଜେପିକୁ ଏଡ଼ାଇ ଦେବାକୁ ଚାହୁଁଥିଲା କଂଗ୍ରେସ। ହୋହଲ୍ଲା ନାରାବାଜି କରି କଂଗ୍ରେସ ବିରୋଧୀଦଳର ପତିଆାରା ଦେଖାଇଛି । ପ୍ରସଙ୍ଗ ଥିଲା  ବିରୋଧୀ ଦଳ ନେତା ଘୋଷଣା ନହେବା।

{"id":127147}

ନିୟମ ଅନୁସାରେ ବିରୋଧୀ ଦଳ ନେତା ପାଇଁ ଭୋଟ ହେବା କଥା ନଚେତ ବାଚସ୍ପତି ଘୋଷଣା କରିବା କଥା । କିନ୍ତୁ ବାଚସ୍ପତି କିଛି ଘୋଷଣା ନକରି ରାଜ୍ୟପାଳଙ୍କ ଅଭିଭାଷଣ ପରେ ଶୋକ ପ୍ରସ୍ତାବରେ ବିରୋଧୀ ନେତା ଭାବେ ପ୍ରଦୀପ୍ତ ନାୟକଙ୍କୁ ସମ୍ବୋଧନ କରିଥିଲେ । ଏହାକୁ ନେଇ ଗଣ୍ଠି କରିଥିଲା କଂଗ୍ରେସ । ବିଜେଡି ବିଜେପି ଭାଇଭାଇ । କହି ହୋ ହଲ୍ଲା କରିଥିଲା।

{"id":127148}

ବିରୋଧୀ ଦଳ ନେତା ପ୍ରସଙ୍ଗ ଉଠାଇ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଥିଲା କଂଗ୍ରେସ। ବିଜେପି ରାଜ୍ୟସଭା ପ୍ରାର୍ଥୀ ପାଇଁ ବିଜେଡି ସମର୍ଥନ ଦେଇଥିବାରୁ ଉଭୟଙ୍କୁ କଂଗ୍ରେସ ଘେରିବାକୁ ଚେଷ୍ଟା କରିଥିଲା। ଏତିକିବେଳେ ବିଜେଡି ବିଜେପି ଏହା ବାଚସ୍ପତିଙ୍କ ଦାୟିତ୍ବ କହି ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିଥିଲେ।

{"id":127150}

ବିରୋଧୀ ଦଳ ଭୁମିକାକୁ ନେଇ କଂଗ୍ରେସ ଯେପରି ଭାବେ ଅକ୍ରମଣଆତ୍ମକ ଢ଼ଙ୍ଗରେ ଠିଆ ହୋଇଛି ତାହା ଏବେ ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.