Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ବିସ୍‌ ଓପନ୍‌: ୧୯ ମାସ ଓ ୧୩ ଟୁର୍ଣ୍ଣାମେଣ୍ଟ ପରେ ଫାଇନାଲରେ ପହଞ୍ଚିଥିଲେ ସିନ୍ଧୁ, କ୍ୟାରୋଲିନାଙ୍କଠୁ ହାରିଲେ
  • ||
  • ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ, ପ୍ରସ୍ତୁତ ହେଲା ରଣନୀତି
  • ||
  • ଭାରତ ଓ ଚୀନ୍ କେହି କାହା ଲାଗି ବିପଦ ନୁହେଁ, ପରସ୍ପରର ମିତ୍ର : ୱାଙ୍ଗ ଇ
  • ||
  • ଅନ୍ତର୍ଜାତୀୟ ମହିଳା ଦିବସ: ବର୍ଣ୍ଣାଢ଼୍ୟ ଉତ୍ସବ ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||

ଟିକାକୁ ନେଇ ରାଜନୀତି : ଭ୍ୟାକସିନ ଦାମକୁ ନେଇ କଂଗ୍ରେସର ପ୍ରଶ୍ନ, କହିଲା-ଦେଶରେ କେତେ ଲୋକଙ୍କୁ ମାଗଣାରେ ମିଳିବ ଟିକା, ସ୍ପଷ୍ଟ କରନ୍ତୁ ସରକାର

17/01/2021 at 3:43 PM

ନୂଆଦିଲ୍ଲୀ ୧୭/୦୧ : ଦେଶରେ କରୋନା ଭାଇରସ ବିରୋଧରେ ଟିକାକରଣ ଆରମ୍ଭ ହୋଇଯାଇଛି । ଏହା ସହ ଟିକାକରଣକୁ ନେଇ ଦେଶରେ ରାଜନୀତି ମଧ୍ୟ ଆରମ୍ଭ ହୋଇଗଲାଣି । ମାଗଣା ଭ୍ୟାକସିନ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବା ଆରମ୍ଭ କରିଛି କଂଗ୍ରେସ । ମାଗଣା ଟିକାକରଣକୁ ନେଇ କଂଗ୍ରେସ କହିଛି ଯେ, ‘ଦେଶରେ କେତେ ଲୋକଙ୍କୁ ମାଗଣା ଭ୍ୟାକସିନ ଦିଆଯିବ’ । ଏହା ସହ ବଜାରରେ ଉବଲବ୍ଧ ହେବାକୁ ଥିବା ଟିକାର ଦାମକୁ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।

କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ରଣଦୀପ ସୁରଜେଓ୍ବାଲା ରବିବାର ସାମ୍ବାଦିକ ସମ୍ମୀଳନୀରେ କହିଛନ୍ତି, ‘୨୦୧୧ରୁ ଦେଶକୁ କଂଗ୍ରେସ ହିଁ ପୋଲିସ ମୁକ୍ତ କରିଛି । ଏବେ ଟିକାକରଣକୁ ନେଇ ସରକାର ଯେଉଁଭଳି ଭାବେ ପ୍ରଚାରପ୍ରସାର କରୁଛନ୍ତି ତାହାକୁ କଂଗ୍ରେସ କରୁନଥିଲା’ ।

କଂଗ୍ରେସ କହିଛି ଯେ, ବଜାରରେ କରୋନା ଭ୍ୟାକସିନ୍‌ର ପ୍ରତି ଡୋଜର ମୂଲ୍ୟ ୧ ହଜାର ଟଙ୍କା । ସେହି ହିସାବରେ ଜଣ ପିଛା ୨ଟି ଡୋଜ ହିସାବରେ ଦୁଇ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଭ୍ୟାକସିନ କମ୍ପାନୀମାନେ ସରକାରଙ୍କୁ ପ୍ରତି ଡୋଜ୍‌ ପିଛା ୨୦୦ ଟଙ୍କା ଲେଖାଏଁ ଧାର୍ଯ୍ୟ କରିଛନ୍ତି । ତେବେ ଲୋକମାନଙ୍କୁ ଅତିରିକ୍ତ ୧୬ ଶହ ଟଙ୍କା ଦେବାକୁ ପଡିବ । ସେହିଭଳି ଭାବେ ଦେଶର ପ୍ରାୟ ୧୦୦ କୋଟି ଲୋକ ୧୬ ଶହ ଟଙ୍କା ହିସାବରେ ଏକ ଲକ୍ଷ ୬୦ ହଜାର ଟଙ୍କା ଦେବାକୁ ପଡିବ । ତେବେ ଏହାକୁ ନେଇ କଂଗ୍ରେସ କହିଛି, ମୋଦି ସରକାର ଏ ବିଷୟରେ ଆଲୋଚନା କରି କୌଣସି ନିଷ୍କର୍ସ ବାହାର କରିଛନ୍ତି କି ?

ଦେଶରେ ପ୍ରତ୍ୟକ ବ୍ୟକ୍ତିଙ୍କୁ କରୋନାମୁକ୍ତ ହେବା ପାଇଁ ଭ୍ୟାକସିନର ଦୁଇଟି ଡୋଜ ନେବାକୁ ପଡିବ । କଂଗ୍ରେସ ପ୍ରବକ୍ତା ସୁରଜେଓ୍ବାଲା କହିଛନ୍ତି, ଏହା ପୂର୍ବରୁ ଭ୍ୟାକସିନକୁ ନେଇ କେବେ ପ୍ରଚାରପ୍ରସାର କରାଯାଇନଥିଲା । ସରାକର ଏହା ଜାଣି ରଖିବା ଉଚିତ ଯେ, ଟିକାକରଣ ଏକ ଜନସେବା ସଦୃଶ । ତେଣୁ ଏହାକୁ ନେଇ ସରକାର ରାଜନୀତି ନକରିବା ଉଚିତ । ଏହା ସହ ସେ କହିଛନ୍ତି, ସରକାର ସ୍ପଷ୍ଟ କରନ୍ତୁ ଯେ, ପ୍ରକୃତରେ ଦେଶରେ କେତେ ଲୋକଙ୍କୁ ମାଗଣା ଭ୍ୟାକସିନ ଦିଆଯିବ ଏବଂ ମାଗଣା ଟିକା କିଭଳି ମିଳିବ ତାହା ସହ ସରକାର କୁହନ୍ତୁ ଦେଶରେ ଲୋକମାନଙ୍କୁ ମାଗଣା ଭ୍ୟାକସିନ କେଉଁଠାରୁ ମିଳିବ ।  

   Related Posts