Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଗୋଦାମରେ ଚାଉଳ,ଗହମ ଖତ ହେଉଛି, କିନ୍ତୁ ଲୋକେ ଭୋକିଲା: ଜରୁରୀକାଳୀନ ରାସନକାର୍ଡ ଦେବାକୁ ଦାବି କଲେ ରାହୁଲ

15/04/2020 at 8:54 PM

ନୂଆଦିଲ୍ଲୀ ୧୫।୦୪: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ବୁଧବାର କେନ୍ଦ୍ର ସରକାରଙ୍କୁ ହମଲା କରିଛନ୍ତି। ସେ କହିଛନ୍ତି ଗୋଦାମରେ ଶସ୍ୟ ସଢୁଛି ଏବଂ ହଜାର ହଜାର ଲୋକ ଖାଦ୍ୟ ଗଣ୍ଡାଏ ପାଇଁ ଭୋକିଲା ପେଟରେ ଅପେକ୍ଷା କରୁଛନ୍ତି। ଏହି ସଙ୍କଟ ସମୟରେ ଏହା ମାନବୀୟ ଅଟେ।

ରାହୁଲ ଗାନ୍ଧୀ ସରକାରଙ୍କୁ ଅପିଲ୍ କରି କହିଛନ୍ତି ଯେ, ଏହି ସଙ୍କଟର ଘଡିରେ ଜରୁରୀକାଳୀନ ରାସନକାର୍ଡ ଜାରି କରାଯାଉ। ଏହା ସେହି ମାନଙ୍କ ପାଇଁ କରାଯାଉ ଯେଉଁମାନେ ଲକ୍‌ଡାଉନ୍‌ରେ ଦି ଅଳି ଖାଇବାକୁ ସଂଘର୍ଷ କରୁଛନ୍ତି। ଲକ୍ଷାଧିକ ଦେଶବାସୀ ବିନା ରାସନକାର୍ଡରେ ପିଡିଏସର ଲାଭ ଉଠାଇ ପାରୁ ନାହାନ୍ତି। ଚାଉଳ, ଗହମ ଗୋଦାମରେ ସଢୁଥିବା ବେଳେ ଶତାଧିକ ଲୋକ ଭୋକିଲା ପେଟରେ ଖାଦ୍ୟ ଗଣ୍ଡେ ପାଇଁ ଅପେକ୍ଷା କରୁଛନ୍ତି। ଏହା ନିଶ୍ଚିତ ଭାବେ ଅମାନବୀୟ !

ଏହା ପୂର୍ବରୁ ରାହୁଲ ଗାନ୍ଧୀ ମିଡିଲ୍ ଇଷ୍ଟରେ ଫସିଥିବା ଭାରତୀୟଙ୍କ ନେଇ ସ୍ଵର ଉଠାଇଥିଲେ। ସରକାରଙ୍କୁ ସେ ଏହି ଲୋକଙ୍କୁ ଶୀଘ୍ର ଫେରାଇ ଆଣିବାକୁ କହିଥିଲେ। କରୋନା ଭାଇରସ୍‌ ସଙ୍କଟ କାରଣରୁ ମିଡିଲ୍ ଇଷ୍ଟରେ ଅନେକ କାରବାର ବନ୍ଦ ହୋଇ ଯାଇଛି। ତେଣୁ ହଜାର ସଂଖ୍ୟାରେ ଭାରତୀୟ ଶ୍ରମଜୀବୀ ସେଠାରେ ଫସି ରହିଛନ୍ତି ଏବଂ ଭାରତ ଆସିବାକୁ ଉଦ୍ୟମ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧୧,୯୩୩କୁ ବୃଦ୍ଧି ଘଟିଥିବା ବେଳେ ୩୯୨ ଜଣଙ୍କ ମୃତ୍ୟୁ ଘଟିଛି। କରୋନା ସଙ୍କଟ କାରଣରୁ ଲକ୍‌ଡାଉନ୍‌ ଅବଧି ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

   Related Posts