Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସର ତୀରମାଡ, ଅଶ୍ବିନୀ କହିଲେ ନିର୍ବାଚନ ସରୁ ସବୁ କହିବି

26/06/2019 at 6:16 PM

ଭୁବନେଶ୍ବର୨୬|୬: ବିଧାନସଭାରେ ଅଶ୍ବିନୀ ଝଡ଼ । ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗ ଉଠାଇ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଦାବି କରିଛି କଂଗ୍ରେସ । ଖଣି ଦୁର୍ନୀତିରେ ସିବିଆଇ ତଦନ୍ତ ଚାପିବାକୁ ଖଣି ମାଲିକ ଏବଂ ସରକାର ଏକାଠି ହୋଇ ଅଶ୍ବିନୀଙ୍କୁ ରାଜ୍ୟସଭା ପଠାଇବାକୁ ଯୋଜନା କରିଛନ୍ତି ବୋଲି ଅଭିଯୋଗ କରିଛି ଦଳ । ହେଲେ ଏହାକୁ ଗୃହ ବାହାର ପ୍ରସଙ୍ଗ କହି ଏଡ଼ାଇବାକୁ ଚେଷ୍ଟା କରିଛନ୍ତି ଉଭୟ ବିଜେଡି ଓ ବିଜେପି ।  ସେପଟେ କଂଗ୍ରେସର ଏଭଳି ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି ଅଶ୍ବିନୀ ବୈଷ୍ଣବ । କହିଛନ୍ତି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ । ସତ୍‌ସାହସ ନଥିଲେ ତଦନ୍ତ କଥା କହିନଥାନ୍ତି ।

ବିଧାନସଭାରେ -ଅଶ୍ବିନୀ ଝଡ଼ । ମଉକା ଦେଖି ବିରୋଧୀ ଦଳ ନେତା ପ୍ରସଙ୍ଗ ଆଳରେ ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରସଙ୍ଗକୁ ଆଜି ଗୃହରେ ଉଠାଇଥିଲା କଂଗ୍ରେସ । ବିଭିନ୍ନ ଖଣି ମାଫିଆଙ୍କ ସହ ଅଶ୍ବିନୀଙ୍କ ସମ୍ପର୍କ ରହିଛି । ଏନେଇ ସିବିଆଇ ତଦନ୍ତ କରୁଛି । ଏମିତିକି ଇଚ୍ଛାଧୀନ କୋଟାରେ ମଧ୍ୟ ଅଶ୍ବିନୀଙ୍କ ସମ୍ପୃକ୍ତି ରହିଛି । ଯାହାର ତଦନ୍ତ କରୁଛି ଭିଜିଲାନ୍ସ୍‌ । ଏଭଳି ସ୍ଥିତିରେ ଜଣେ ବାହାର ରାଜ୍ୟର ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କାହିଁକି ରାଜ୍ୟସଭା ପଠାଇବାକୁ ସମର୍ଥନ ଘୋଷଣା କରିଛନ୍ତି ଗୃହରେ ତା’ର ଉତ୍ତର ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେହିଭଳି ପ୍ରଭାକରନ୍‌, ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କ ପୁଅ, ହରିୟାଣା ଅର୍ଥମନ୍ତ୍ରୀଙ୍କ ଭାଇ ଏବଂ ଜିନ୍ଦଲ ମାଲିକ ଖଣି ଦୁର୍ନୀତି କଥା ଉଠାଇ ପ୍ରସଙ୍ଗ ତେଜିବାକୁ ଚେଷ୍ଟା କରିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଆଉ ଖଣି ଦୁର୍ନୀତି ଚାପିବାକୁ ଅଶ୍ବିନୀଙ୍କୁ ରାଜ୍ୟସଭା ପଠାଯାଉଛି ବୋଲି ଅଭିଯୋଗ କରିଥିଲେ ।

ସେପଟେ କଂଗ୍ରେସର ଏଭଳି ଆରୋପ ଅଭିଯୋଗକୁ ଗୃହ ବାହାରର ପ୍ରସଙ୍ଗ କହି ଏଡ଼ାଇବାକୁ ଚେଷ୍ଟା କରଛନ୍ତି ଉଭୟ ବିଜେଡି ଓ ବିଜେପି ନେତା

ଏପଟେ ଗୃହରେ କଂଗ୍ରେସ ଅଶ୍ବିନୀଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଯୋଡ଼ି ଉଭୟ ବିଜେଡି ଓ ବିଜେପି ଉପରେ ହମଲା କରିବା ମୁଡ୍‌ରେ ଥିବା ବେଳେ ସେପଟେ ମୁହଁ ଖୋଲିଛନ୍ତି ଅଶ୍ବିନୀ ବୈଷ୍ଣବ ।  କହିଛନ୍ତି ତାଙ୍କ ବିରୋଧରେ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ । ଅଭିଯୋଗ ଆଣିଥିବା ବ୍ୟକ୍ତି ପ୍ରମାଣ ଦିଅନ୍ତୁ । ନିର୍ବାଚନ ପ୍ରକ୍ରିୟା ଶେଷହେବା ପରେ ସବୁ ପ୍ରଶ୍ନର ଉତ୍ତର ଦେବେ ବୋଲି କହିଛନ୍ତି ଅଶ୍ବିନୀ ।

ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ଦେଖି କଂଗ୍ରେସ ଆଉ ଥୟ ଧରିବା ମୁଡ୍‌ରେ ନାହିଁ । ଏମିତିକି ବିଧାନସଭା ଗୃହରେ ମଧ୍ୟ ଅଶ୍ବିନୀ ପ୍ରସଙ୍ଗ ଉଠାଇ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ୍‌ କରିବାକୁ ଚେଷ୍ଟା କରିଛି ।

   Related Posts