ଭଦ୍ରକ: ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

Published By : Prameya-News7 Bureau | June 29, 2020 IST

ଭଦ୍ରକ୨୯/୬: ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ ଓ ପ୍ରତିବାଦ। ଭଦ୍ରକ ଜିଲ୍ଲା ଓ ବିଭିନ୍ନ ବ୍ଲକରେ କଂଗ୍ରେସ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ କର୍ମୀମାନେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତୈଳ ଦର ବୃଦ୍ଧିର ପ୍ରତିବାଦ କରିବା ସହ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

 ସେହିପରି ବନ୍ତ ବ୍ଲକ କଂଗ୍ରେସ ତରଫରୁ ବନ୍ତ ବ୍ଲକ କାର୍ଯ୍ୟାଳୟ ଠାରେ ପ୍ରତିବାଦ ସହ ବିଡ଼ିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ନେଇ  ଭଦ୍ରକବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ପେଟ୍ରୋଲ ଓ ଡିଜେଲ୍ ଦର ୮୦ କୁ ଛୁଇଁଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବାରୁ ଜନସାଧାରଣଙ୍କ ଉପରେ ଚାପ ବୃଦ୍ଧି ହେଉଛି ବୋଲି କହିଛି କଂଗ୍ରେସ । କରୋନା ଭଳି ସ୍ଥିତିରେ ତୈଳଦର ବୃଦ୍ଧି ଯୋଗୁଁ ପନିପରିବା ଠାରୁ ଆରମ୍ଭ କରି ଗାଡି ଭଡା ଭଳି ସବୁକ୍ଷେତ୍ର ରେ ଦର ବୃଦ୍ଧି ହୋଇଛି । ତେବେ ପ୍ରତିବାଦ ସହ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି କଂଗ୍ରେସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.