ପୁରୀ ଗଣଦୁଷ୍କର୍ମ ଘଟଣାରେ କଂଗ୍ରେସ କର୍ମୀଙ୍କ ନବୀନ ନିବାସ ଘେରାଉ ଉଦ୍ୟମ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି

Published By : Prameya-News7 Bureau | December 03, 2019 IST

ଭୁବନେଶ୍ବର ୩।୧୨: ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ଭୁବନେଶ୍ବରରେ ଜୋରଦାର ବିକ୍ଷୋଭ କରିଛି କଂଗ୍ରେସ । କଂଗ୍ରେସ କର୍ମୀମାନେ କଂଗ୍ରେସ ଭବନରୁ ବାଇକ ରାଲିରେ ବାହରି ନବୀନ ନିବାସ ଅଭିମୁଖେ ଯାଉଥିବା ବେଳେ ଶିଶୁ ଭବନ ଛକରେ ଅଟକାଇଥିଲା ପୋଲିସ । ଫଳରେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

{"id":193239,"sizeSlug":"large"}

ସେପଟେ ଗଣଦୁଷ୍କର୍ମ ଘଟଣାରେ ପ୍ରେସମିଟ୍ କରିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ । ଗଣଦୁଷ୍କର୍ମ ହୋଇଥିବା ସ୍ବୀକାର କରିଛନ୍ତି ଡିଆଇଜି । ଘଟଣାର ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ଏବଂ ତାଙ୍କ ସହଯୋଗୀ ରାଜେଶ କୁମାର ସେଠୀକୁ ବି ଗିରଫ କରାଯାଇଛି । ଏହି ୨ ଜଣଙ୍କୁ ଗିରଫ କରିଛି କୁମ୍ଭାରପଡା ପୋଲିସ  । ଆଜି ଦୁହିଁଙ୍କୁ କୋର୍ଟ ଚାଲାଣ କରାଯିବ । ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଅଭିଯୁକ୍ତଙ୍କୁ ଚାଲିଛି ପଚରାଉଚରା । ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ । ୨୦ ଦିନ ମଧ୍ୟରେ ମାମଲାର ଚାର୍ଜସିଟ୍ ଦାଖଲ କରାଯିବ । ଆଇପିସି ୩୬୬, ୩୬୭- ଡିଏ, ୩୯୪ ପୋକ୍ସୋ ଆକ୍ଟ ଅନୁଯାୟୀ ପୀଡିତଙ୍କୁ ନ୍ୟାୟ ଦିଆଯିବ । ପୀଡିତାଙ୍କୁ ସମସ୍ତ ସୁରକ୍ଷା ଦିଆଯିବା ସହ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ । ପୀଡିତା ନାବାଳିକା ଥିବାରୁ ଡିଏସଡବ୍ଲୁଓଙ୍କ ପକ୍ଷରୁ କାଉନସେଲିଂ କରାଯାଉଛି । 

{"id":193206,"sizeSlug":"large"}

ସୂଚନାଯୋଗ୍ୟ ଯେ, ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ପୀଡିତାଙ୍କ କହିବା ଅନୁଯାୟୀ, ୨ତାରିଖ ଦିନ ୩ଟା ବେଳେ  ନିମାପଡାରେ କାକଟପୁର ଯିବା ପାଇଁ ବସକୁ ଅପେକ୍ଷା କରିଥିଲେ । ବସ ଚାଲିଯାଇଥିବାରୁ ସେ କେମିତି ଯିବେ ବୋଲି ବ୍ୟସ୍ତ ହେଉଥିଲେ । ସେତିକିବେଳେ ୪ ଜଣ କାରରେ ପହଞ୍ଚିଥିଲେ । ପୋଲିସ ପରିଚୟ ପତ୍ର ଦେଖାଇ ତାଙ୍କୁ ଛାଡି ଦେବେ ବୋଲି ବିଶ୍ବାସ ଜନ୍ମାଇ ଥିଲେ । ଯୁବତୀ ଏମାନଙ୍କୁ ବିଶ୍ବାସକରି କାରରେ ଚାଲିଆସିଥିଲେ । କାର ଭିତରେ ଯୁବତୀଙ୍କୁ ୪ଜଣ ବେହୋସ କରିଦେଇଥିଲେ । ପରେ ପୁରୀ ଝାଡେଶ୍ବରୀ କ୍ଲବ୍ ନିକଟ ଏକ କ୍ବାର୍ଟରରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.