ପାସେଞ୍ଜର ଟ୍ରେନ୍ ଚଳାଚଳ ଦାବି : ଗୋପ ରେଳ ଷ୍ଟେସନରେ ଜିଲ୍ଲା କଂଗ୍ରେସର ଧାରଣା

Published By : Prameya-News7 Bureau | November 10, 2021 IST

କେନ୍ଦ୍ରାପଡା ୧୦।୧୧: ପାସେଞ୍ଜର ଟ୍ରେନ୍ ଚଳାଚଳ ଦାବିରେ କେନ୍ଦ୍ରାପଡା ଜିଲ୍ଲା ଗୋପ ରେଳ ଷ୍ଟେସନଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା । ୪ ଘଣ୍ଟିଆ ଧାରଣା କାର୍ଯ୍ୟକ୍ରମରେ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇ ଜିଲ୍ଲାବାସୀଙ୍କ ସ୍ବାର୍ଥ ପାଇଁ ସ୍ବର ଉତ୍ତୋଳନ କରିଥିଲେ । ହରିଦାସପୁର-ପାରାଦୀପ ରେଳପଥରେ ମାଲବାହୀ ଟ୍ରେନ୍ ଚଳାଚଳ କରିବା ଏ ଭିତରେ ବର୍ଷଟିଏ ଅତିକ୍ରମ କଲାଣି ।

କିନ୍ତୁ ଏହି ଲାଇନରେ ପାସେଞ୍ଜର ଟ୍ରେନ୍ ଚଳାଚଳ କରିବାର ଆବଶ୍ୟକତା ଥିବାବେଳେ ଏଥିପ୍ରତି ରେଳ ବିଭାଗ ଧ୍ୟାନ ଦେଉନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି । ମୋଟ୍ ୯ ଗୋଟି ଷ୍ଟେସନ ଥିବା ଏହି ରେଳ ଲାଇନରେ ତୁରନ୍ତ ରେଳ ଚଳାଚଳ ନକଲେ ଆଗାମୀ ଦିନରେ କଂଗ୍ରେସ କେନ୍ଦ୍ରାପଡା ଜିଲ୍ଲାରେ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.