ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପାଳନ କଲା କୃଷକ ମଜଦୁର ବଞ୍ଚାଓ ଦିବସ

Published By : Prameya-News7 Bureau | October 02, 2020 IST

ଭଦ୍ରକ ୨।୧୦: ଗାନ୍ଧୀ ଜୟନ୍ତୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ମଜଦୁର ବଞ୍ଚାଓ ଦିବସ ପାଳନ କଲା କଂଗ୍ରେସ । ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ କଂଗ୍ରେସ ନେତା ଓ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ଗାନ୍ଧୀ ପଡିଆଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଏକ ଶୋଭାଯାତ୍ରାରେ ଆସି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । କେନ୍ଦ୍ର ସରକାରଙ୍କ କୃଷି ବିଲ୍ ପ୍ରତ୍ୟାହାର ଦାବିରେ କୃଷକ ମଜଦୁର ବଞ୍ଚାଓ ଦିବସ ପାଳନ କରିଥିଲେ । ହାଥରସଠାରେ ରାହୁଲ ଗାନ୍ଧୀଙ୍କୁ ୟୁପି ପୋଲିସର ଆକ୍ରମଣ ଘଟଣାର ମଧ୍ୟ ପ୍ରତିବାଦ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.