ପେଟ୍ରୋଲିୟମ ଓ କୃଷିଜାତ ଦ୍ରବ୍ୟର ଅହେତୁକ ଦର ବୃଦ୍ଧି ପ୍ରତିବାଦ, ମୃଦଙ୍ଗ ଓ ଗିନି ବଜାଇ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

Published By : Prameya-News7 Bureau | July 07, 2021 IST

ଢେଙ୍କାନାଳ ୭।୭: ଢେଙ୍କାନାଳ ସଦର ବ୍ଲକ ସମ୍ମୁଖରେ ବାଜିଲା ମୃଦଙ୍ଗ ଓ ଗିନି ।  ସଂକୀର୍ତ୍ତନ ମାଧ୍ୟମରେ କଂଗ୍ରେସ କର୍ମୀମାନେ କଲେ ଅଭିନବ ପ୍ରତିବାଦ । ଢେଙ୍କାନାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ସଦର ବ୍ଲକ ସମ୍ମୁଖରେ ଏପରି ଅଭିନବ ପ୍ରତିବାଦ କରିଥିବା ଦେଖାଯାଇଛି । ପେଟ୍ରୋଲିୟମ ଓ କୃଷିଜାତ ଦ୍ରବ୍ୟର ଅହେତୁକ ଦର ବୃଦ୍ଧିର ପ୍ରତିବାଦ କରି ଢେଙ୍କାନାଳରେ କଂଗ୍ରେସ କର୍ମୀମାନେ ଏପରି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଏପରିକି ପେଟ୍ରୋଲିୟମ, କୃଷିଜାତ ଦ୍ରବ୍ୟ ସାଙ୍ଗକୁ  ଅତ୍ୟାବଶ୍ୟକ ସାମଗ୍ରୀଗୁଡିକର ମୂଲ୍ୟ ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡ଼ିଓଙ୍କୁ ପ୍ରଦାନ କରିଛନ୍ତି ଆନ୍ଦୋଳନକାରୀ କଂଗ୍ରେସ କର୍ମୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.