ସରକାରୀ ନୀତି ବିରୋଧରେ ଖୋଲିଛି ୫ଟି ମଦ ଦୋକାନ, କଂଗ୍ରେସ ପକ୍ଷରୁ ଧାରଣା

Published By : Prameya-News7 Bureau | July 26, 2021 IST

କଟକ ୨୬।୦୭: କଟକ ସହରରେ ନୁଆ କରି  ଖୋଲିଥିବା ୫ ଟି ସରକାରୀ ବିଦେଶୀ ମଦ ଦୋକାନକୁ ନେଇ ଆପତ୍ତି ଉଠାଇଛି ନଗର କଂଗ୍ରେସ୍ । ସମସ୍ତ ୫ଟି ମଦ ଦୋକାନ ସରକାରୀ ନୀତି ବିରୋଧରେ  ଖୋଲିଥିବା ଅଭିଯୋଗ କରିଛି କଂଗ୍ରେସ୍ । ଏହାର ପ୍ରତିବାଦରେ ଆଜି ପୁରୁଘାଟ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି ।

{"id":486014,"sizeSlug":"large","linkDestination":"none"}

କଟକର ପୁରୀ ଘାଟ , ଝୋଲା ସାହି , ବକ୍ସି ବଜାର ଭଳି ସ୍ଥାନ ମାନଙ୍କରେ କେଉଁଠି ମନ୍ଦିର , କେଉଁଠି ଜନବସତି ରହିଛି । ଏହାରି ନିକଟରେ ମଦ ଦୋକାନ ଖୋଲିଯାଇଛି । ଏ ସବୁଦ୍ୱାର ସରକାରୀ ନିୟମର ଉଲଂଘନ ହୋଇଥିବା ଦର୍ଶାଇ କଂଗ୍ରେସ୍ ପକ୍ଷରୁ  ଧାରଣା ଦିଆଯାଇଛି । ପ୍ରଶାସନ ତୁରନ୍ତ ପଦକ୍ଷେପ ନନେଲେ ଆଗକୁ ରାସ୍ତାକୁ ଓହ୍ଲାଇବାକୁ ଦଳ ବାଧ୍ୟ ହେବ ବୋଲି ନଗର କଂଗ୍ରେସ ସଭାପତି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.