ବନ୍ୟା କ୍ଷତିଗ୍ରସ୍ତଙ୍କୁ ଅଣଦେଖା ଓ ରିଲିଫ ବଣ୍ଟନରେ ଅନିୟମିତତା ଅଭିଯୋଗ, ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଧାରଣା

Published By : Prameya-News7 Bureau | September 28, 2020 IST

ଭଦ୍ରକ ୨୮।୯: ଭଦ୍ରକ ବନ୍ୟାଞ୍ଚଳରେ ଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖା ଓ ରିଲିଫ ବଣ୍ଟନରେ ଅନିୟମିତତା ଅଭିଯୋଗ ନେଇ ଏସଆରସିଙ୍କୁ ଦାବିପତ୍ର । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଂଗ୍ରେସ ବିଡ଼ିଓଙ୍କ ମାଧ୍ୟମରେ ବନ୍ୟାଞ୍ଚଳର ଦୁଃଖ ଓ ବନ୍ୟାପୀଡ଼ିତଙ୍କ ସମସ୍ୟା ନେଇ ଏସଆରସିଙ୍କୁ ଦାବିପତ୍ର ସହ ଧାରଣା ଦେଇଛନ୍ତି ।

କଂଗ୍ରେସ ଜିଲ୍ଲା ସଭାପତି ଓ ଧାମନଗର ନିର୍ବାଚନମଣ୍ଡଳୀ ର ପୂର୍ବତନ ବିଧାୟକ ପାର୍ଥିଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ କଂଗ୍ରେସ କର୍ମୀ ଓ ବନ୍ୟାପୀଡ଼ିତ ଧାରଣା ଦେବା ସହ ପ୍ରତିବାଦ କରିଛନ୍ତି । ବ୍ଲକର ଗୋବିନ୍ଦପୁର, କଲ୍ୟାଣୀ, ଚୁଡାକୁଟି, ଦଇପୁର ପଞ୍ଚାୟତ ଓ ଏନଏସିର କେତେକ ଅଞ୍ଚଳକୁ ରିଲିଫ ବଣ୍ଟନ କରାଯାଇ ନାହିଁ । ଏହି ଅଞ୍ଚଳରେ ଶୀଘ୍ର ରିଲିଫ ବଣ୍ଟନ ସହ ବାସଗୃହ ଓ ଚାଷ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦାବି କରିଛି କଂଗ୍ରେସ । ତେବେ ଦାବି ପୂରଣ ନହେଲେ କଂଗ୍ରେସ ଜିଲ୍ଲାସ୍ତରରେ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.