ତୈଳ ଦର ବୃଦ୍ଧି ଓ ଅନ୍ୟ ଦାବି ନେଇ ଭଦ୍ରକ କଂଗ୍ରେସର ଗଣଧାରଣା

Published By : Prameya-News7 Bureau | July 07, 2021 IST

ଭଦ୍ରକ ୭।୭: ତୈଳ ଦର ବୃଦ୍ଧି ସହ ଅତ୍ୟାବଶ୍ୟକ ସାମଗ୍ରୀ ର ଦର ବୃଦ୍ଧିକୁ ବିରୋଧ କରି ଜିଲ୍ଲା କଂଗ୍ରେସର ଗଣଧାରଣା । ଭଦ୍ରକ ଜିଲ୍ଲା କଂଗ୍ରେସ ତରଫରୁ ଗଣଧାରଣା ଦିଆଯାଇଛି । ଭଦ୍ରକ ସହରର ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ଗଣଧାରଣା ଦେଇଛନ୍ତି । ତୈଳ ଓ ଡାଲିର ଅହେତୁକ ଦର ବୃଦ୍ଧି ହେଉଛି । ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତୈଳ ଦରବୃଦ୍ଧି ପାଇଁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି । ତେଣୁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । କଂଗ୍ରେସ କହିଛି ଯେ, ଗଣଧାରଣା ମାଧ୍ୟମରେ ସାଧାରଣ ଲୋକଙ୍କୁ ସଚେତନ କରାଯାଉଛି । ଆଗାମୀ ଦିନରେ ପେଟ୍ରୋଲ ଟାଙ୍କି ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଲୋକଙ୍କୁ ପେଟ୍ରୋଲ ଓ ଡିଜେଲ ନପକାଇବା ପାଇଁ ଅନୁରୋଧ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.