ତୈଳ ଦର ବୃଦ୍ଧି ପ୍ରତିବାଦ, ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | June 11, 2021 IST

ଜଳେଶ୍ବର ୧୧।୬: ପେଟ୍ରୋଲ ଦର ଶତକ ଛୁଇଁଲା । ଡିଜେଲ ଦର ମଧ୍ୟ ଶତକ ଛୁଇଁବାକୁ ଲଗାତର ପ୍ରୟାସ ଜାରି ରଖିଛି । ଖାଇବା ତେଲ ମଧ୍ୟ ଦ୍ବିଶତକରେ ପହଞ୍ଚି ଗଲାଣି । ଏପରି ସମୟରେ ଖାଉଟି ହେଉଛନ୍ତି ହନ୍ତସନ୍ତ.। ସରକାର ତୈଳ ଦର ଉପରେ ନିୟନ୍ତ୍ରଣ ରଖି ପାରୁନଥିବାରୁ ଶାସନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏହାକୁ ବିରୋଧ କରି ଶୁକ୍ରବାର କଂଗ୍ରେସ ତରଫରୁ ସାରା ରାଜ୍ୟରେ ଧାରଣା ବିକ୍ଷୋଭ ଚାଲିଥିବା ବେଲେ ବାଲେଶ୍ଵର ଜିଲ୍ଲାରେ ମଧ୍ୟ ବିଭିନ୍ନ ପେଟ୍ରୋଲ ପମ୍ପରେ କଂଗ୍ରେସ ତରଫରୁ ଧାରଣା ଓ ବିକ୍ଷୋଭ ଜାରି ରହିଛି ।

ତୈଳ ଦର ବୃଦ୍ଧି ପ୍ରତିବାଦରେ ଉତ୍ତର ବାଲେଶ୍ଵରର ଜଳେଶ୍ଵର, ଭୋଗରାଇ, ବସ୍ତା ଓ ବାଲିଆପାଳ ବ୍ଲକର ସମସ୍ତ ପେଟ୍ରୋଲ ପମ୍ପରେ କଂଗ୍ରେସ ତରଫରୁ ଧାରଣା ଓ ବିକ୍ଷୋଭ ଜାରି ରହିଥିବା ବେଳେ ସରକାର ତୈଳ ଦର ଉପରେ ନିୟନ୍ତ୍ରଣ ନ ଆଣିବା ଯାଏଁ ସରକାରଙ୍କୁ ବିରୋଧ କରାଯିବା ବୋଲି କଂଗ୍ରେସ ତରଫରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.