ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ନୀଳଗିରିରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | June 18, 2021 IST

ନୀଳଗିରି ୧୮।୬: ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଶୁକ୍ରବାର କଂଗ୍ରେସ ଦଳ ତରଫରୁ ନୀଳଗିରିରେ ବିଭିନ୍ନ ଧାନମଣ୍ଡି ଓ ସମବାୟ ସମିତି ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଖରିଫ ଋତୁରେ ଚାଷୀଙ୍କର ଅଭାବୀ ଧାନ ବିକ୍ରି, ଧାନରେ ସୁକୁତି କାଟଛାଟ ବନ୍ଦ କରିବା, ଅଖାର ଦାମ ମିଲର ପୈଠ କରିବା, ଟୋକାନ ଅବଧି ବଢାଇବା, ସବୁ ଚାଷୀଙ୍କଠାରୁ ଧାନ କିଣିବା, ମଣ୍ଡିରେ ଧାନ ଦଲାଲ ବନ୍ଦ କରିବା ଦାବି ରଖି ନୀଳଗିରି ନିଜଗଡ଼ ସେବା ସମବାୟ ସମିତି, ମିତ୍ରପୁର ସେବା ସମବାୟ ସମିତି ଓ ବିଭିନ୍ନ ମଣ୍ଡିରେ କଂଗ୍ରେସ ଦଳ ଚାଷୀଙ୍କୁ ଧରି ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲ୍ଲା ସଭାପତି ସଂଜୀବ ଗିରି, ଯୁବ କଂଗ୍ରେସ ଜିଲ୍ଲା ସଭାପତି ରଞ୍ଜନ ଦାସ, ନୀଳଗିରି ବ୍ଲକ କଂଗ୍ରେସ ସଭାପତି ମନୋରଂଜନ ପଣ୍ଡା, ନଗର ସଭାପତି ଉପେନ୍ଦ୍ର ବେହେରା ଓ ଅନ୍ୟ କଂଗ୍ରେସ କର୍ମୀ, ଚାଷୀମାନେ ଉପସ୍ଥିତ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.