ତୈଳଦର ବୃଦ୍ଧି ପ୍ରତିବାଦରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପ୍ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

Published By : Prameya-News7 Bureau | June 11, 2021 IST

ପାଟଣା ୧୧।୬: ରାତି ପାହିଲେ ରାଜ୍ୟରେ ହୁ ହୁ ହୋଇ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଏହାର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡୁଛି ଏହାର ପ୍ରତିବାଦ କରିଛି ଜାତୀୟ କଂଗ୍ରେସ । ବର୍ତ୍ତମାନ ଲକଡାଉନ୍ ସମୟରେ ପେଟ୍ରୋଲ ଦର ଶତକ ଛୁଇଁଥିବା ବେଳେ ଡିଜେଲ ଦର ମଧ୍ୟ ଶତକ ଛୁଇଁବାକୁ ଲାଗିଲାଣି । ଖାଇବା ତେଲ ଦର ମଧ୍ୟ ଆକାଶ ଛୁଆଁ ଏପରି ସମୟରେ ହନ୍ତସନ୍ତ ହେଉଛନ୍ତି ଖାଉଟି । ସରକାର ତୈଳ ଦର ଉପରେ ନିୟନ୍ତ୍ରଣ ରଖି ପାରୁନଥିବାରୁ ଶାସନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।

ଏହାକୁ ବିରୋଧ କରି ଶୁକ୍ରବାର କଂଗ୍ରେସ ତରଫରୁ ସାରା ରାଜ୍ୟରେ ଧାରଣା ବିକ୍ଷୋଭ ଚାଲିଥିବା ବେଳେ କେନ୍ଦୁଝର ଜିଲ୍ଲାର ପାଟଣା ସାହାରପଡା ତୁରୁମୁଙ୍ଗାରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପରେ କଂଗ୍ରେସ ତରଫରୁ ବ୍ଲକ୍ ସଭାପତି ଓ କର୍ମୀମାନଙ୍କ ଦ୍ଵାରା ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସରକାର ତୈଳ ଦର ଉପରେ ନିୟନ୍ତ୍ରଣ ନକଲେ ସରକାରଙ୍କୁ ଦୃଢ ବିରୋଧ କରାଯିବା ବୋଲି କଂଗ୍ରେସ ତରଫରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.