Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

୫ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ରାସ୍ତା ରୋକ

22/09/2020 at 1:03 PM

ଭଦ୍ରକ ୨୨।୯: ୫ ଦଫା ଦାବି ନେଇ କଂଗ୍ରେସର ରାଜପଥ ଅବରୋଧ । ପୂର୍ବରୁ ଏହି ୫ଟି ଦାବି ପୂରଣ ନହେଲେ ରାଜପଥ ଅବରୋଧ କରିବାର ଚେତାବନୀ ଦେଇଥିଲା ଭଦ୍ରକ ଜିଲ୍ଲା କଂଗ୍ରେସ । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ନୂଆ ବସଷ୍ଟାଣ୍ଡ ନିକଟରେ ରାଜପଥ ଅବରୋଧ କରିଛି କଂଗ୍ରେସ । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରୁ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଏକ ଶୋଭାଯାତ୍ରାରେ ଆସି ରାଜପଥ ଅବରୋଧ କରିଥିଲେ ।

ତେବେ ପ୍ରଥମ ଦଫା ଦାବିରେ ଜିଲ୍ଲାର ବନ୍ୟା ବିପନ୍ନଙ୍କୁ ଶୀଘ୍ର ସହାୟତା ରାଶି ଯୋଗାଇବା ନେଇ ଦାବି କରିଥିଲା କଂଗ୍ରେସ । ଦ୍ଵିତୀୟ ଦଫାରେ ଜିଲ୍ଲାରେ କୋଭିଡଜନିତ ସମସ୍ୟା ଯେମିତି କି ଜିଲ୍ଲା କୋଭିଡ ହସ୍ପିଟାଲରେ ଭେଣ୍ଟିଲେଟରର ଅବ୍ୟବସ୍ଥା ସହ ବିରୋଧୀ ଦଳର ନେତାଙ୍କୁ ଜିଲ୍ଲାପାଳ କୌଣସି ତଥ୍ୟ ଦେଉନଥିବା ଅଭିଯୋଗ । ତୃତୀୟ ଦଫାରେ ରାଜପଥ ସଂପ୍ରସାରଣ କାର୍ଯ୍ୟର ମନ୍ଥରତା ଯୋଗୁଁ ଦୁର୍ଘଟଣାରେ ଲୋକ ମୃତ୍ୟୁବରଣ କରୁଥିବା ସତ୍ତ୍ବେ ପ୍ରଶାସନର ତାଗିଦ ନଥିବା ।

ଚତୁର୍ଥ ଦଫାରେ ସଂଗୀତା ମୋଟର୍ସର କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ ନକରିବା ଓ ଶେଷ ତଥା ପଞ୍ଚମ ଦଫା ଦାବିରେ କେନ୍ଦ୍ର ସରକାରଙ୍କ ଚାଷୀ ବିଲ ପ୍ରତ୍ୟାହାର ଦାବିରେ ରାଜପଥ ଅବରୋଧ କରିଛି । ରାଜପଥ ଅବରୋଧ ଫଳ  ଯାତାୟାତ ବାଧାପ୍ରାପ୍ତ ହୋଇଛି ।

   Related Posts