Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

NEET ଓ JEE ପରୀକ୍ଷା ସେପ୍ଟେମ୍ବରରେ ନ କରିବାକୁ ଦାବି: ଦେଶବ୍ୟାପୀ କଂଗ୍ରେସର ବିରୋଧ ପ୍ରଦର୍ଶନ

28/08/2020 at 2:53 PM

ନୂଆଦିଲ୍ଲୀ ୨୮/୦୮ : କେନ୍ଦ୍ର ସରକାରଙ୍କ ସେପ୍ଟେମ୍ବର ମାସରେ NEET ଓ JEE ପରୀକ୍ଷା ଫଇସଲା ବିରୋଧରେ କଂଗ୍ରେସ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଛି | ରାଜଧାନୀ ଦିଲ୍ଲୀରେ ଶାସ୍ତ୍ରୀ ଭବନ ବାହାରେ କଂଗ୍ରେସ ପ୍ରଦର୍ଶନ କରିଥିଲା ଏବଂ କେନ୍ଦ୍ର ସରକାରଙ୍କ ଫଇସଲା ବିରୋଧରେ ସ୍ୱର ଉଠାଇଥିଲା | ଏହି ସମୟରେ ବହୁ ସଂଖ୍ୟାରେ ପୋଲିସ ନିୟୋଜିତ କରାଯାଇଥିଲା ଯେପରିକି ସ୍ଥିତି ନିୟନ୍ତ୍ରଣ କରାଯାଇପାରିବ |

ଅହମଦାବାଦରେ ନ୍ୟାସନାଲ ସ୍ଟୁଡେଣ୍ଟସ ୟୁନିୟନ ଅଫ ଇଣ୍ଡିଆ କେନ୍ଦ୍ର ସରକାରଙ୍କ NEET ଓ JEE ମେନ ପରୀକ୍ଷା ସେପ୍ଟେମ୍ବରରେ କରାଇବା ଫଇସଲାକୁ ବିରୋଧ କରି ପ୍ରଦର୍ଶନ କରିଥିଲେ | ପୋଲିସ ଏହି ପ୍ରଦର୍ଶନ ପରେ ପ୍ରଦର୍ଶନକାରୀଙ୍କୁ ଗିରଫ କରିଥିଲା | ଅହମଦାବାଦରେ ଭାରି ସଂଖ୍ୟାରେ NSUI କାର୍ଯ୍ୟକର୍ତ୍ତା ପ୍ରଦର୍ଶନରେ ସାମିଲ ହୋଇଥିଲେ ଯେଉଁମାନଙ୍କୁ ହେପାଜତକୁ ନିଆଯାଇଛି | NEET ଓ JEE ମେନ ପରୀକ୍ଷା ସେପ୍ଟେମ୍ବରରେ ନ କରାଇବାକୁ କାର୍ଯ୍ୟକର୍ତ୍ତା ବିରୋଧ ପ୍ରଦର୍ଶନ କରିଛନ୍ତି |

ବେଙ୍ଗାଲୁରୁରେ ମଧ୍ୟ ନ୍ୟାସନାଲ ସ୍ଟୁଡେଣ୍ଟସ ୟୁନିୟନ ଅଫ ଇଣ୍ଡିଆର କାର୍ଯ୍ୟକର୍ତ୍ତା NEET ଓ JEE ମେନ ପରୀକ୍ଷା ସେପ୍ଟେମ୍ବରରେ କରାଇବା ଫଇସଲାକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି | ରେସ୍ କୋର୍ସ ରୋଡରେ NSUI କର୍ମଚାରୀ ପ୍ରଦର୍ଶନ କରି ପରୀକ୍ଷା ରଦ୍ଦ କରିବାକୁ ଦାବି କରିଛନ୍ତି |

ଚେନ୍ନାଇରେ ମଧ୍ୟ କଂଗ୍ରେସ କାର୍ଯ୍ୟକର୍ତ୍ତା କେନ୍ଦ୍ର ସରକାରଙ୍କ ଫଇସଲାକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି | କରୋନା ସନକଟା ସମୟରେ NEET ଓ JEE ନ ହେବା ଦରକାର ବୋଲି କଂଗ୍ରେସ ଦାବି କରିଛି |

ଏହି ଦାବିରେ କଂଗ୍ରେସ କର୍ମୀ ଝଣ୍ଡା ଓ ପୋଷ୍ଟର ମଧ୍ୟ ଲଗାଇଛନ୍ତି |

   Related Posts