Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସରପଞ୍ଚଙ୍କ ବିରୋଧରେ ବ୍ୟାପକ ଦୁର୍ନିତୀ ଅଭିଯୋଗ, କଂଗ୍ରେସର ଗଣ ଧାରଣା

15/08/2020 at 4:01 PM

ପଟ୍ଟାମୁଣ୍ଡାଇ ୧୫।୮: କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍ ନରେନ୍ଦ୍ରପୁର ପଞ୍ଚାୟତରେ ସରପଞ୍ଚ ଶାରଦା ତରାଇ ଓ ତାଙ୍କ ସକ୍ରେଟାରୀ ମିଳିତ ଭାବେ ବ୍ୟାପକ ଦୁର୍ନିତୀ କରିଥିବା ଅଭିଯୋଗରେ କଂଗ୍ରେସର ପ୍ରତିବାଦ । ଏହାସହ ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି ।

କଂଗ୍ରେସର ଅଭିଯୋଗ ଅନୁଯାୟୀ ନରେନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ଶାରଦା ତରାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେରଫେର କରିବା ସହିତ ଆମ ଗାଁ ଆମ ବିକାଶ କାର୍ଯ୍ୟ ଅତି ନିମ୍ନ ମାନର, ରାସ୍ତାପାର୍ଶ୍ବରେ ବନୀକରଣ ଯୋଜନାରେ ୫ ଲକ୍ଷ ଟଙ୍କା ହଡପ କରିଛନ୍ତି ।

ଅନ୍ୟପଟେ ଜିଲ୍ଲା ପ୍ରଶାସନ ପାଖରେ ଲିଖିତ ଅଭିଯୋଗ କରିବା ସହିତ ବର୍ତ୍ତମାନ ସରପଞ୍ଚଙ୍କ ସମ୍ପତ୍ତିର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ । 

   Related Posts