ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ : ଥିନର ଫ୍ୟାକ୍ଟ୍ରିରେ ନିଆଁ, ଲିଭାଇବାକୁ ୧୭ ଦମକଳ ଗାଡି ନିୟୋଜିତ
  • ||
  • ଦେଶରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୩୬୪ କରୋନା ପଜିଟିଭ୍
  • ||
  • ମୋହନା : ରାସ୍ତାକଡ଼ରୁ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ, ହତ୍ୟା ପରେ ଫିଙ୍ଗାଯାଇଥିବା ଅଭିଯୋଗ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୨ ପଜିଟିଭ୍
  • ||
  • ଗ୍ରାହକଙ୍କୁ ବଡ ଝଟ୍‌କା : ବଢିଲା ଗ୍ୟାସ୍ ଦର, ଜାଣନ୍ତୁ କେତେ ହେଲା ଦାମ୍ ?
  • ||
  • ରାଜ୍ୟରେ ଦୁଇ ଦିନ ବର୍ଷା, ରବିବାରଠୁ ପୁଣି ବଢିବ ତାତି
  • ||
  • ଦିନରେ ମିଟିଂ, ରାତିରେ କ୍ୟାମ୍ପେନିଂ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସବୁ ଦଳର କସରତ
  • ||
  • ଜ୍ଞାନବାପୀ ମସଜିଦ ମାମଲା : ବାରଣାସୀ କୋର୍ଟରେ ଦାଖଲ ହେବ ସର୍ଭେ ରିପୋର୍ଟ
  • ||

ତେଲଦର ପ୍ରତିବାଦରେ ବଂଦ : ଏପଟେ ଫୁଲ, ସେପଟେ ଠେଙ୍ଗା

10/09/2018 at 4:56 PM

ଭୁବନେଶ୍ୱର ୧୦|୯: ଏପଟେ ଫୁଲ, ସେପଟେ ଠେଙ୍ଗା । ନେତା ଯୋଡ଼ୁଛନ୍ତି ହାତ, କର୍ମୀ ଦେଖାଉଛନ୍ତି ଲାଠି । ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବନ୍ଦ ଡାକରା ବେଳେ ଥିଲା କିଛି ଏମିତି ମିଶ୍ରିତ ଚିତ୍ର । କଂଗ୍ରେସର ଟ୍ରାକ୍ ରେକର୍ଡଠାରୁ କମ୍ ବିଶୃଙ୍ଖଳା ହୋଇଥିଲା ସତ, ହେଲେ ପୁରୁଣା ରୋଗ ପୂରା ଭଲ ହୋଇ ନ ଥିଲା । ଭୁବନେଶ୍ବର ଆଚାର୍ଯ୍ୟବିହାର ଛକର ହାତରେ ଠେଙ୍ଗା ଧରି ଗୋଡ଼େଇ ଗୋଡ଼େଇ ବାଇକ୍, ସ୍କୁଟି ଅଟକାଇଥିଲେ ହରତାଳକାରୀ । ଆଉ ଯିଏ ନ ଅଟକିଲା ତା ଗାଡ଼ି ଚାବିକୁ ବାହାର କରି ଫିଙ୍ଗି ଦେଇଥିଲେ । ଲୋକଙ୍କ ଉପରେ ଜବରଦସ୍ତି କରାଯିବନି ବୋଲି ବାହାସ୍ଫୋଟ ମାରିଥିବା କଂଗ୍ରେସ ନେତାଙ୍କ କଥାକୁ ଭୁଲ୍ ପ୍ରମାଣିତ କରିବାକୁ ଯେମିତି ଏମାନେ ଲାଗି ପଡ଼ିଥିଲେ।
ତେବେ କଂଗ୍ରେସର ବଡ଼ ନେତାମାନେ କିନ୍ତୁ ଆଜି ଗୋଲାପ ଧରି ଓହ୍ଲାଇଥିଲେ ରାସ୍ତାକୁ । ଯିଏ ବି ବନ୍ଦ ସତ୍ବେ ଘରୁ ବାହାରୁ ଥିଲା ତାକୁ ଫୁଲ ଦେଇ ବନ୍ଦର କାରଣ ବୁଝାଉଥିଲେ । ଏପିରିକି ହେଲ୍ପ ଲାଇନ ଜାରି କଂଗ୍ରେସର ପିଛିଲା ଇମେଜରେ ସୁଧାର ଆଣିବାକୁ ଭରପୁର ଚେଷ୍ଟା ବି କରାଯାଇଥିଲା । ତେବେ ଏ ସବୁ ଭିତରେ କିଛି କର୍ମୀଙ୍କ ହରକତ ନେତାଙ୍କୁ କ୍ଷୁବ୍ଧ କରିଛି । ଏକ କମିଟି ଗଠନ କରି ଏହାର ଯାଞ୍ଚ ଆରମ୍ଭ କରିଛି ପ୍ରଦେଶ କଂଗ୍ରେସ କମିଟି ।
ତେଲ ଦର ଲୋକଙ୍କୁ ବାଧୁଛି । ସେଥିଲାଗି ଅନେକ ସ୍ଥାନରେ ଲୋକେ ନିଜ ଆଡ଼ୁ ବନ୍ଦକୁ ସମର୍ଥନ କରିଛନ୍ତି । ହେଲେ ଆଉ କିଛି ସ୍ଥାନରେ କଂଗ୍ରେସ କର୍ମୀଙ୍କ ଜୁଲମ୍ ଲୋକଙ୍କୁ ବିରକ୍ତ ବି କରିଛି ।

   Related Posts