ଧାନର ଅଭାବୀ ବିକ୍ରିନେଇ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ କିଷାନ କଂଗ୍ରେସର ଧାରଣା
8/03/2021 at 8:33 PM

ନୀଳଗିରି,୦୮/୦୩: ନୀଳଗିରିରେ ଏବେ ବି ଲାଗିରହିଛି ଧାନର ଅଭାବୀ ବିକ୍ରି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରତିକାର ନହେବାରୁ ଆଜି କିଷାନ କଂଗ୍ରେସ ତରଫରୁ ନୀଳଗିରି ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯାଇଛି ।
ସୂଚନାଯୋଗ୍ୟ, ଚାଷୀମାନଙ୍କର ଧାନ ବିକ୍ରି ପାଇଁ ମିଳିଥିବା ଟୋକନର ଅବ୍ୟବସ୍ଥା, ଧାନର ଅଭାବୀ ବିକ୍ରି ଓ ଟୋକନ ପାଇ ଧାନ ବିକ୍ରି କରିନପାରିବା, ଆବଶ୍ୟକତା ଠାରୁ ଅଧିକ ସୁକୁତି କାଟିବା ନେଇ ଆଜି ନୀଳଗିରି ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ନୀଳଗିରିର ପୁର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଧାରଣା ଦିଆଯାଇଥିଲା । ଏଥିରେ କିଷାନ କଂଗ୍ରେସର ନେତା ଯଶୋଦା ନନ୍ଦନ ସିଂହ ନେତୃତ୍ୱ ନେଇଥିଲେ ।
ରାଜ୍ୟ ସରକାର ସବୁ ଖରିଫ ବଳକା ଧାନ କ୍ରୟ କରିବା ପାଇଁ ଏକ ଦାବି ପତ୍ର ନୀଳଗିରି ଉପଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଏହି ଧାରଣାରେ ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ, ରାଜ୍ୟ କିଷାନ କଂଗ୍ରେସର ସାଧାରଣ ସମ୍ପାଦକ ଯଶୋଦା ନନ୍ଦନ ସିଂହ, କିଷାନ କଂଗ୍ରେସ ସଭାପତି ନିରଞ୍ଜନ ବେହେରା, ରତିକାନ୍ତ ବେହେରା, ମହେଶ୍ୱର ଜେନା, କାହ୍ନୁଚରଣ ସେଠି, ବିଶ୍ୱନାଥ ଦାସ, ଦୈତାରି ମହାଳିକ ପ୍ରମୁଖ ଯୋଗ ଦେଇଥିଲେ ।
..