ତୈଳ, ରନ୍ଧନ ଗ୍ୟାସ ଦର ପ୍ରତ୍ୟାହାର ଦାବି ନେଇ କଂଗ୍ରେସର ଧାରଣା

Published By : Prameya-News7 Bureau | June 11, 2021 IST

କଂଟାବାଞ୍ଜି, ୧୧/୦୬: ଦିନକୁ ଦିନ ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଦରଦାମ ଆକାଶ ଛୁଆଁ ହେଉଥିବା ଦେଖାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ୧୦୦ ଟଙ୍କା ଥିବା ବେଳେ ଡିଜେଲ, ରନ୍ଧନ ଗ୍ୟାସ ମଧ୍ୟ ଦର ବୃଦ୍ଧି ହେଉଥିବା ଦେଖାଯାଉଛି । ତେବେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ବର୍ଦ୍ଧିତ ଦରବୃଦ୍ଧିକୁ ପ୍ରତ୍ୟାହାର ଦାବି ନେଇ କଂଗ୍ରେସ ଆନ୍ଦୋଳନ କରିଛି ।

ଆଜି କଂଟାବାଞ୍ଜି ନଗର କଂଗ୍ରେସ କମିଟି ପକ୍ଷରୁ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଠାରେ କଂଗ୍ରେସ କର୍ମି ମାନେ ବିକ୍ଷୋଭ ପ୍ରର୍ଦଶନ କରିଥିଲେ। କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଆନ୍ଦୋଳନରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜି ଥିଲେ । ଯେଉଁଭଳି ଭାବେ ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ହେଉଛି ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ କେନ୍ଦ୍ର ସରକାର ବର୍ଦ୍ଧିତ ଦରବୃଦ୍ଧିକୁ ପ୍ରତ୍ୟାହାର କରନ୍ତୁ ବୋଲି ବିଧାୟକ ଦାବି କରିଛନ୍ତି ।

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକର ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କରୋନା ମହାମାରୀ ସମୟରେ ତୈଳ ଦର ବୃଦ୍ଧି କରି ସାଧାରଣ ଜନତାକୁ କେନ୍ଦ୍ର ସରକାର ଶୋଷଣ କରୁଛନ୍ତି l ଏଣୁ ତୁରନ୍ତ ଦର ପ୍ରତ୍ୟାହାର ଦାବି କରିଛି କଂଗ୍ରେସ ଦଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.