Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଯୋଗୀଙ୍କୁ ପ୍ରିୟଙ୍କାଙ୍କ ଚିଠି, ସନ୍ଧ୍ୟା ୫ଟା ସୁଦ୍ଧା ଗାଜିଆବାଦ-ନୋଏଡାରେ ଛିଡା କରାଇ ଦେବୁ ୧୦୦୦ ବସ୍

19/05/2020 at 3:32 PM

ନୂଆଦିଲ୍ଲୀ ୧୯।୦୫: ଲକ୍‌ଡାଉନ୍‌ରେ ଫସିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ବସ୍ ଚଳାଇବା ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି।  ପ୍ରିୟଙ୍କା ଗାନ୍ଧୀଙ୍କ ପକ୍ଷରୁ ମଙ୍ଗଳବାର ପୁଣି ଥରେ ଆଗ୍ରା ବର୍ଡରରେ ବସ୍‌ର ବନ୍ଦୋବସ୍ତ କରାଯାଇଛି। ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ସନ୍ଦୀପ ସିଂହ କହିଛନ୍ତି, ମଙ୍ଗଳବାର ଦିନ ୧୨ଟାରେ ୟୁପି ଉପ ମୁଖ୍ୟ ସଚିବ ଅବନିଶ ଅବସ୍ତିଙ୍କୁ ପତ୍ର ଲେଖି କହିଛନ୍ତି ଯେ, ଅଧିକରୁ ଅଧିକ ବସ୍‌ ଚଳାଇବା ପାଇଁ ପରମିଟ୍‌ ନେବାରେ କିଛି ସମୟ ଲାଗୁଛି। କିନ୍ତୁ ସନ୍ଧ୍ୟା ୫ଟା ସୁଦ୍ଧା ୟୁପି ବର୍ଡରରେ ବସ୍ ପହଞ୍ଚି ଯିବେ।

ପ୍ରିୟଙ୍କାଙ୍କ ସଚିବ ସନ୍ଦୀପ ସିଂହଙ୍କ ଦ୍ଵାରା ଲିଖିତ ପତ୍ରରେ କୁହାଯାଇଛି, ଆପଣଙ୍କ ଚିଠି  ଆମକୁ ପୂର୍ବାହ୍ନ ୧୧ଟା ୫ରେ ମିଳିଛି। ଏହି ସଂଦର୍ଭରେ କହିବାକୁ ଚାହିଁବି ଯେ, ଆମର କିଛି ବସ୍‌ ରାଜସ୍ଥାନରୁ ଆସୁଛି ଏବଂ କିଛି ବସ୍‌ ଦିଲ୍ଲୀରୁ ଆସୁଛି। ସେମାନଙ୍କ ପାଇଁ ପୁନର୍ବାର ପରମିଟ୍‌ ଦେବା କାମ ଜାରି ରହିଛି। ବସ୍‌ ସଂଖ୍ୟା ଅଧିକ ଥିବାରୁ ଏହି ପ୍ରକିୟାରେ କିଛି ଘଣ୍ଟାର ସମୟ ଲାଗୁଛି। ଏହି ସବୁ ବସ୍ ସନ୍ଧ୍ୟା ୫ଟା ସୁଦ୍ଧା ଗାଜିଆବାଦ ଓ ନୋଏଡା ବର୍ଡରରେ ପହଞ୍ଚି ଯିବେ। ସନ୍ଧ୍ୟା ୫ଟା ଭିତରେ ଯାତ୍ରୀଙ୍କ ତାଲିକା ଓ ରୁଟ୍‌ ମ୍ୟାଚ୍‌ ପ୍ରସ୍ତୁତ କରିବୁ ଯଦ୍ଵାରା ବସ୍ ସଞ୍ଚାଳନରେ କୌଣସି ଅସୁବିଧା ହେବ ନାହିଁ।

ଏହା ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ପ୍ରବାସୀ ଶ୍ରମ ଜୀବୀଙ୍କ ପାଇଁ ୧୦୦୦ ବସ୍‌ ପଠାଇବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ମାଗିଥିଲେ। ତାଙ୍କର ଅଭିଯୋଗ ଏହା ଯେ, ୟୁପି ସରକାର ତାଙ୍କୁ ବସ୍ ଚଳାଇବା ଲାଗି ଅନୁମତି ଦେଉ ନାହାନ୍ତି। ଅନ୍ୟପଟେ ଯୋଗୀଙ୍କ ପରାମର୍ଶଦାତା କହିଛନ୍ତି, କଂଗ୍ରେସ୍‌ଠୁ ବସ୍‌ର ଡିଟେଲ୍ ମଗାଯାଇଛି, ଯେଉଁଥିରେ   ବାଇକ୍-କାର ଓ ଅଟୋର ନମ୍ବର ଥିଲା।

   Related Posts