ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ

Published By : Prameya-News7 Bureau | October 27, 2021 IST

ଭୁବନେଶ୍ବର ୨୭।୧୦: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ସରକାରଙ୍କ ନୀରବତାକୁ ବରଦାସ୍ତ କରାଯିବନାହିଁ । କଂଗ୍ରେସ ଏନେଇ ସରକାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏମଏସଏମଇ ବିଭାଗର ବୈଠକରେ ଯୋଗ ଦେଉଛନ୍ତି ହେଲେ ନିଜ ବିରୋଧରେ ଆସୁଥିବା ଅଭିଯୋଗ ନେଇ ମୁହଁ ଖୋଲୁନାହାନ୍ତି ।

ବିଜେଡିର ବରିଷ୍ଠ ମୁଖପାତ୍ରମାନେ କୁଆଡେ ଗଲେ ବୋଲି ପ୍ରଶ୍ନ କଲେ କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ । ମହାଲିଙ୍ଗ୍ କଲେଜକୁ ଗଣଶିକ୍ଷା ମନ୍ତ୍ରୀ ଗଲେ ନାହିଁ ହେଲେ ଆଇନ ମନ୍ତ୍ରୀ ଯାଇ କାହିଁକି ପ୍ରଶଂସାରେ ପୋତି ଦେଉଥିଲେ ବୋଲି ପ୍ରଶ୍ନ କଲା କଂଗ୍ରେସ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ନିଜ ଜିଲ୍ଲାର ଘଟଣା ହୋଇ ସମବେଦନା ନ ଜଣାଇବା ଲଜ୍ଜାଜନକ ଘଟଣା ବୋଲି କଂଗ୍ରେସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.